- ପଶ୍ଚିମ ଓଡ଼ିଶାରେ ପ୍ରଥମେ ପାଳନ କରିଥାନ୍ତି ନୂଆଁଖାଇ ପର୍ବ
- ପୁରୁଣା ପରମ୍ପରା ଆଗରେ ହାର ମାନିଛି ଆଧୁନିକତା
କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ର ପଥର୍ଲା ଗ୍ରାମ ଯାହାକୁ ଓଡ଼ିଶା ମାନଚିତ୍ରରେ ଖୋଜିଲେ ମିଳି ନପାରେ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଅନେକ ଲୋକ ଏହି ଛୋଟ ଗାଆଁ କୁ କେହି ଜାଣିନଥିଲି ମଧ୍ୟ କେସିଙ୍ଗା ଅଞ୍ଚଳରେ ଏହି ଗ୍ରାମ ଟି ବେଶ ପରିଚିତ। ଏହି ଗ୍ରାମ ସମେତ ପାଖ ବାହାଦୁରପଦର ଓ ପଲକାପଡ଼ା ଗ୍ରାମବାସୀ ଭାଦ୍ରବ ସପ୍ତପୂରି ଅମାବାସ୍ୟା ପ୍ରତିପଦା ତିଥିରେ ନବାନ୍ନ ଭକ୍ଷଣ କରିଥାନ୍ତି।କେସିଙ୍ଗା ସହରରୁ ପ୍ରାୟ ୧୦ କିମି ଓ ଜାତୀୟ ରାଜପଥ ୨୬ ବୋରିଆ ଠାରୁ ପ୍ରାୟ ୫ କିମି ଦୂରରେ ଅବସ୍ଥିତ ଉକ୍ତ ଛୋଟ ଗ୍ରାମଟି ନୂଆଁଖାଇ ସମୟରେ ଚର୍ଚ୍ଚା କୁ ଆସିଥାଏ।ପଶ୍ଚିମ ଓଡ଼ିଶା ରେ ୨୮ ତାରିଖରେ ନୂଆଁଖାଇ ପାଳନ କରାଯିବାକୁ ଥିବା ବେଳେ ପଥର୍ଲା ଗ୍ରାମରେ ପାଳନ ହେବ ୨୪ ତାରିଖରେ ।ଉକ୍ତ ଗ୍ରାମରେ ଆଗରୁ ନୂଆଁଖାଇ ପାଳନ କରିବା ଶହ ଶହ ବର୍ଷ ତଳର ପରମ୍ପରା ବୋଲି ଗ୍ରାମର ବର୍ତ୍ତମାନ ଗୌନ୍ତିଆ ଓ ଗ୍ରାମର ବୟୋଜେଷ୍ଟ ବ୍ୟକ୍ତି ବିଶେଷ ମାନେ ପ୍ରକାଶ କରିଛନ୍ତି। ଏହାର ଇତିହାସ ଯେତିକି ରୋଚକ ପରମ୍ପରା ମଧ୍ୟ ସେତିକି ମଧୁର।ଗ୍ରାମର ବୁଢ଼ା ମଉସା ମାନଙ୍କ କହିବା ଅନୁସାରେ ଶହ ଶହ ବର୍ଷ ପୂର୍ବେ କଳାହାଣ୍ଡି ରେ ନାଗ ବଂଶୀୟ ରାଜା ମାନେ ରାଜୁତି କରୁଥିଲେ ସେହି ସମୟରୁ ପଥର୍ଲା ଗାଁ ରେ ସର୍ବପ୍ରଥମେ ନୂଆଖାଇ ପାଳନ କରୁଛନ୍ତି। ନାଗ ବଂଶୀୟ ରାଜାଙ୍କ ଶାସନ କାଳରେ ଥରେ ରାଜା ତୀର୍ଥ କରିବା ପାଇଁ ବାହାର ରାଜ୍ୟ କୁ ଯାଇଥିଲେ ରାଜା ବାହାର ରାଜ୍ୟ କୁ ଯାଇଥିବା ଜାଣି ଗଙ୍ଗ ବଂଶୀୟ ରାଜା ହାଠାତ ନାଗ ବଂଶୀୟ ରାଜାଙ୍କ ରାଜ୍ୟରେ ଜୋରଦାର ଆକ୍ରମଣ କରିଥିଲେ ଫଳରେ ଦୁଇ ରାଜା ଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଯୁଦ୍ଧ ଲାଗି ରହିଲା ସେହି ସମୟରେ ପଥର୍ଲା ର ତତ୍କାଳୀନ ଗୌନ୍ତିଆ ଯଦୁମଣି ମାଝୀ ଓ ତାଙ୍କ ସାଥୀ ମାନେ ନାଗ ବଂଶୀୟ ରାଜାଙ୍କ ସପକ୍ଷରେ ଯୁଦ୍ଧରେ ସାମିଲ ହୋଇ ନାଗ ବଂଶୀୟ ରାଜା ଙ୍କୁ ବିଜୟର ମୁକୁଟ ପିନ୍ଧାଇ ଥିଲେ।ରାଜା ଯୁଦ୍ଧରେ ବିଜୟ ହେବା ପରେ ଖୁସି ହୋଇ ପଥର୍ଲା ଗୌନ୍ତିଆ ଙ୍କୁ ନିଜ ଇଛା ମୁତାବକ ଉପହାର ମାଗିବା ପାଇଁ ଆଦେଶ ଦେଲେ ହେଲେ ଗୌନ୍ତିଆ ନିଜ ପାଇଁ ଧନ ସଂପତ୍ତି ନ ମାଗି ପଶ୍ଚିମ ଓଡ଼ିଶା ରେ ପଥର୍ଲା ଗ୍ରାମ ପାଇଁ ପ୍ରଥମେ ନବାନ୍ନ ଭକ୍ଷଣ କରିବାକୁ ରାଜାଙ୍କୁ ଆଦେଶ ମାଗିଥିଲେ।ରାଜା ମଧ୍ୟ ପଥର୍ଲା ଗୌନ୍ତିଆ ଙ୍କୁ ଯୁଗ ଯୁଗ ଧରି ପଶ୍ଚିମ ଓଡ଼ିଶା ରେ ପ୍ରଥମେ ନୂଆଁଖାଇ ପାଳନ କରିବା ପାଇଁ ଏକ ତାମ୍ର ପତ୍ର ରେ ଲିଖିତ ଆଦେଶ ଦେଇ ସାରା ରାଜ୍ୟରେ ଡେଙ୍ଗୁରା ପିଟାଇ ନିଜର ଆଦେଶ କୁ ସାରା ରାଜ୍ୟ ପାଳନ କରିବାକୁ ଆହ୍ବାନ ଦେଇଥିଲେ।ସେବେ ଠାରୁ ଆଜି ପର୍ଯ୍ୟନ୍ତ ବଦଳିନାହି ସେହି ପରମ୍ପରା।ତିନୋଟି ଗ୍ରାମର ଗ୍ରାମବାସୀ ଆଗରୁ ନବାନ୍ନ ଭକ୍ଷଣ କରିଥାନ୍ତି।ଯୁଗ କୋଉଠୁ କୋଉଠିକି ପହଞ୍ଚି ଗଲାଣି କିନ୍ତୁ ପୁରୁଣା ପରମ୍ପରା କୁ ବାନ୍ଧି ପାରିନାହିଁ ଆଧୁନିକତା।ଆଧୁନିକତା ହାର ମାନିଛି ପୁରୁଣା ପରମ୍ପରା ଆଗରେ।