ଗୃହ ପାଳିତ ପଶୁଙ୍କୁ ଟୀକାକରଣ ସହ ଔଷଧ ବିତରଣ

କେସିଙ୍ଗା)କ୍ରାନ୍ତିକ୍ଷେତ୍ର ନ୍ୟୁଜ (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନବିଭାଗ ପକ୍ଷରୁ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ସ୍ନିଗ୍ଧାସରିତା ବଳିଆରସିଂଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ହାତୀ ପ୍ରବଣ ଅଞ୍ଚଳ ଗ୍ରାମ କୁ ଗୁରୁତ୍ଵ ଦେଇ କଶୃପଡ଼ା ସେକ୍ସନ ଅନ୍ତର୍ଗତ ସିଂ ଝରନ,କେସିଙ୍ଗା ସେକ୍ସନ ଅଞ୍ଚଳର ସୌରାପଦର ଓ ରୁପ୍ରାରୋଡ ଅଞ୍ଚଳର ଖେତୁପଡ଼ା ବନ ସୁରକ୍ଷା ସମିତି ଠାରେ ପୃଥକ ପୃଥକ ଭାବରେ ଗୃହପାଳିତ ପଶୁଙ୍କ ଟୀକାକରଣ କାର୍ଯ୍ୟକ୍ରମ କେସିଙ୍ଗା ବ୍ଲକ ପଶୁ ସମ୍ପଦ ବିଭାଗ ଅଧିକାରୀ ବି ଭି ଓ ସୌମ୍ୟ ରଞ୍ଜନ ଦାଶ ଙ୍କ ନେତୃତ୍ୱରେ ପଶୁ ଟୀକାକରଣ, ଔଷଧ ବିତରଣ ଏଵଂ ପଶୁଙ୍କ କୃମିନାଶକ ପାଇଁ କ୍ୟାମ୍ପ କରାଯାଇ ଥିଲା। ଉକ୍ତ କାର୍ଯ୍ୟକ୍ରମ ଟି ସ୍ଥାନୀୟ ପଶୁ ସମ୍ପଦ ସହାୟକ କର୍ମଚାରୀଙ୍କ ସହାୟତା ରେ ହୋଇଥିବା ବେଳେ ସ୍ଥାନୀୟ ବନପାଳ, ବନରକ୍ଷୀ,ଆମ ଜଙ୍ଗଲ ଯୋଜନା କର୍ମଚାରୀ ଏବଂ ସ୍ଥାନୀୟ ବନ ସୁରକ୍ଷା ସମିତି ସଭାପତି, ଆନିମେଟର ତଥା ଗ୍ରାମବାସୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ସମୁଦାୟ ୧୪୨ ଟି ଗାଈ,ବଳଦ କୁ ଟୀକାକରଣ କରାଯାଇ ଥିବା ବେଳେ ୧୭୩ ଗୋଟି ଛେଳି, ମେଣ୍ଢା ଙ୍କୁ ଟୀକାକରଣ କରାଯାଇଥିଲା। ଅଞ୍ଚଳ ବାସୀ ବନ ବିଭାଗ ଓ ପଶୁ ସମ୍ପଦ ବଭାଗ ମିଳିତ ଉଦ୍ୟମରେ ହୋଇଥିବା ଏହି ମହାନ କାର୍ଯକ୍ରମ କୁ ଅନେକ ପ୍ରଶଂସା କରିଥିଲେ।