ଜଗନ୍ନାଥ ସେବା ସମିତି ପକ୍ଷରୁ ନୂଆଖାଇ ଭେଟି,   ୩୦୦ ମହିଳାଙ୍କୁ ବାଣ୍ଟିଲେ ଶାଢ଼ୀ 

ମ.ରାମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ଉଦ୍ଧବ ପଣ୍ଡା): କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଜଗନ୍ନାଥ ସେବା ସମିତି ତରଫରୁ ଆଜି ମ.ରାମପୁର ବ୍ଲକ ଉର୍ଲାଦାନୀ ସହୀଦ ରେଣ୍ଡୋ ମାଝୀ ସ୍ମୃତି ପୀଠ ପରିସରରେ ପଶ୍ଚିମ ଓଡ଼ିଶାର ଗଣ ପର୍ବ ନୂଆ ଖାଇ ଭେଟି ଅବସରରେ ଶାଢ଼ୀ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲଙ୍କ ଆଗ୍ରହ କ୍ରମେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ସମ୍ମାନୀତ ଅତିଥି ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁ ପାଣି ମିଶ୍ର, ସାମ୍ବାଦିକ ତଥା ଜଗନ୍ନାଥ ସେବା ସମିତି ଭବାନୀପାଟଣା ଉପଖଣ୍ଡ ସଭାପତି କିଶୋର କୁମାର ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଗୋପୀନାଥ ମହାନନ୍ଦ, ସେବା ସମିତି ତରଫରୁ ଗୌରୀ ଶଙ୍କର ରାୟଗୁରୁ, ବିରଜା ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ସମିତି ସଭ୍ୟା ମନସ୍ଵିନୀ ରଣା ଉପସ୍ଥିତ ରହିବା ସହ ସେବା ସମିତି ର ଏହି ମହାନ କାର୍ଯ୍ୟକ୍ରମ କୁ ଭୂରୁ ଭୂରି ପ୍ରଶଂସା କରିଥିଲେ । ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି ଅବସରରେ ଉର୍ଲାଦନୀ ପଞ୍ଚାୟତର ପ୍ରାୟ ତିନିଶହରୁ ଉର୍ଦ୍ଧ୍ବ ମହିଳାଙ୍କୁ ଶାଢ଼ୀ ବଣ୍ଟନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଜୟ ରଣା, ଗୌରୀ ପାତ୍ର ଏବଂ କୃଷ ସିଂ ମାଝୀ ପ୍ରମୁଖ ଯୁବବର୍ଗ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *