ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଏପ୍ରିଲ ୨୨ ତାରିଖରେ କାଶ୍ମୀରର ପହେଲଗାମରେ ହୋଇଥିବା ଆତଙ୍କବାଦୀ କାର୍ଯ୍ୟକଳାପରେ ୨୬ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ କୁ ନେଇ ସାରା ଭାରତରେ ପ୍ରତିଶୋଧର ନିଆ ଜଳୁଥିବା ବେଳେ ଭାରତ ସରକାରଙ୍କ ଦ୍ଵାରା ବିହିତ ପଦକ୍ଷେପ ଅପରେସନ ସିନ୍ଦୂର ରକୁ କିଛି ମାତ୍ରରେ ପ୍ରଶମିତ କରିଛି। ଭାରତ ସରକାରଙ୍କ ଦ୍ଵାରା ଗ୍ରହଣ କରାଯାଇଥିବା ପଦକ୍ଷେପ ଅନୁସାରେ ଭାରତୀୟ ସେନା ପକ୍ଷରୁ ପାକିସ୍ତାନ ଅନାର୍ଗତ ୪ ଗୋଟି ଆତଙ୍କବାଦୀ ଶିବିର ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଥିବା ୫ଗୋଟି ଆତଙ୍କବାଦ ଶିବିରକୁ ଆକାଶ ମାର୍ଗରୁ ବୋମା ବର୍ଷା କରି ଉଡାଇ ଦିଆଯାଇଛି। ସରକାରଙ୍କ ଏହି ସୁଚିନ୍ତିତ ପଦକ୍ଷେପ ଏବଂ ଅପରେସନ ସିନ୍ଦୂର ନାମକୁ ନେଇ ଭାରତୀୟ ନାଗରିକଙ୍କ ମନରେ ଉଲ୍ଲାସର ତରଙ୍ଗ ପ୍ରଭାବିତ ହେବାର ଦେଖିବାକୁ ମିଳିଛି। ଏହି ଏକ ପଦକ୍ଷେପକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭବାନୀପାଟଣା ନଗର ଉଲ୍ଲାସ ସମ୍ବର୍ଦ୍ଧନା ପାଳନ କରିବା ସହିତ ଏହାକୁ ଆନ୍ତରିକତା ସହିତ ସ୍ବାଗତ କରିଛି। ଏବିଭିପି ଭବାନୀପାଟଣାର ସମସ୍ତ କାର୍ଯ୍ୟକର୍ତ୍ତା ମା’ ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ତ୍ରିରଙ୍ଗା ପତାକା ଉଡ଼ାଇ ଭାରତ ସରକାରଙ୍କ ପଦକ୍ଷେପକୁ ପୂର୍ଣ୍ଣ ସମର୍ଥନ ଜଣାଇଛି। ଏବିଭିପି ବିଶ୍ୱବିଦ୍ୟାଳୟ ସଭାପତି ସତ୍ୟସ୍ଵରୂପ ସ୍ଵାଇଁ, ଉପସଭାପତି ଅସିତ ମହାନ୍ତି, ନଗର ସେବାପ୍ରମୁଖ ଦେବାଶିଷ ପଟ୍ଟନାୟକ, ନଗର ସାମାଜିକ ଗଣମାଧ୍ୟମ ପ୍ରମୂଖ ହିତେଶ ସାହୁ, ହେମନ୍ତ ନାୟକ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।