ଦଣ୍ଡପାଟ ଡମ୍ବ ଯୁବ ସମାଜର ସାଧାରଣ ବୈଠକ

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : କଳାହାଣ୍ଡି ଜିଲ୍ଲା ଦଣ୍ଡପାଟ ଅଞ୍ଚଳର ମିର୍ଜାପୁର ଆମ୍ବତୋଟାଠାରେ ଦଣ୍ଡପାଟ ଡମ୍ବ ଯୁବ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଛି। ଅଶୋକ କୁମାର ନାଏକଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଦଣ୍ଡପାଟ ଅଞ୍ଚଳର ଶତାଧିକ ଶିକ୍ଷିତ ଯୁବକ, ବୁଦ୍ଧିଜୀବିମାନେ ଉପସ୍ଥିତ ରହିଥିଲେ। ଏହି କ୍ରମରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ କିରଣ କୁମାର ପାଣିଗ୍ରାହୀ ମନୋନୀତ ହୋଇଥିଲେ। ଉପ-ସଭାପତି ପ୍ରଦୀପ ସେଠୀଆ, ସମ୍ପାଦକ ଦିଶାନ୍ତ ବେଶ୍ରା, ସହ-ସମ୍ପାଦକ ଜଗଦୀଶ ଦୁର୍ଗା ଓ କୋଷାଧ୍ୟକ୍ଷ ଭାବରେ ମୂରଲୀଧର ସୁନାନୀଙ୍କୁ ମନୋନୀତ କରାଯାଇଥିଲା। ଉପେଦଷ୍ଟା ମଣ୍ଡଳୀରେ ଭରତ ଦୁର୍ଗା, ହରେଶ ପାଣିଗ୍ରାହୀ, ଗଜେନ୍ଦ୍ର ଚଳାନ, ବବଲୁ ଦୁରିଆ, ଆନନ୍ଦ ସୁନାନୀ, ଅଶୋକ କୁମାର ନାୟକ, ଟହକାନ୍ତ ବାଗ ପ୍ରମୁଖ ରହିଥିବାବେଳେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ଭାବରେ ଗୋକୁଳ ଜାଲ, ହଜମନ ନୀଆଲ୍, ଶଶିଧର ସାଗର, ମେଘନାଦ ଚଲାନ, ସିଶୁଦେବ ନାଏକଙ୍କୁ ମନୋନୀତ କରଯାଇଛି। ସଭାଟିକୁ ଆନନ୍ଦ ସୁନାନୀ ପରିଚାଳନା କରିଥିଲେ। ଶେଷରେ ଜଗଜୀବନ ଦୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।