କୋକସରା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ବିଜୁ ଏକ୍ସପ୍ରେସୱେର କୋକସରା ବ୍ଳକ ଶ୍ରୀରାମପୁର ନାଲା ନିକଟରେ ଆଜି ଏକ ସଡକ ଦୁର୍ଘଟଣା ଘଟିଛି। ଆଇଚର ଗାଡ଼ି ଧକ୍କା ଦେବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଖୁଣ୍ଟିଆ ଗ୍ରାମର ତରୁଣୀ ଦୁର୍ଗା (୬୫)। ତେବେ କ୍ଷତିପୂରଣ ଦାବିରେ ପରିବାର ଓ ସମ୍ପର୍କୀୟ ମାନେ ଘଟଣାସ୍ଥଳରେ ରାସ୍ତା ଅବରୋଧ କରିଛନ୍ତି।
କ୍ଷତିପୂରଣ ଦାବିରେ ରାସ୍ତାରୋକ
ସୂଚନା ଅନୁସାରେ କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମର ତରୁଣୀ ଦୁର୍ଗା ବେହେରା ବଜାରରୁ ଘରକୁ ଫେରୁଥିଲେ। ଏହି ସମୟରେ ବିଜୁ ଏକ୍ସପ୍ରେସୱେର ଶ୍ରୀରାମପୁରା ନାଳା ନିକଟରେ ବେହେରା ପଟରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଆଇଚର ଗାଡ଼ିର ଡ୍ରାଇଭର ଓ ହେଳପର ଫେରାର ଥିବା ଜଣାପଡିଛି। ମୃତ ବୃଦ୍ଧଙ୍କ ପୁଅ ଝିଅ କେହି ନ ଥିବାବେଳେ ତାଙ୍କ ସମ୍ପର୍କୀୟ ମାନେ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ କୋକସରା ଥାନା ଅଧିକାରୀ ଜୟପ୍ରକାଶ ନାରାୟଣ ହୋତା ଓ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ପହଞ୍ଚି ଦିର୍ଘ ସମୟ ଧରି ବୁଝାସୁଝା ଜାରି କରିଥିଲେ। ପରେ ମୃତକଙ୍କ ସ୍ତ୍ରୀ ମୁଙ୍ଗନୀ ଦୁର୍ଗାଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଦେବା ସହିତ ସରକାରୀ ସ୍ତରରେ ଯାହା ସହାୟତା ରହି ଯୋଗାଇ ଦେବାପାଇଁ ପ୍ରତିଶ୍ରୁତି ଦେବାରୁ ଦିର୍ଘ ୪ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା।

