ଜୁନାଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍(ସ୍ବାସ୍ଥିଦୀପ ଆଦିତ୍ୟ) : ଓଡ଼ିଶା ରକ୍ତଦାତା ମହାସଂଘର ଆହ୍ୱାନ କ୍ରମେ ଆଜି ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି କ୍ରମରେ କଳାହାଣ୍ଡିର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସୋସିଆଲ୍ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସଂଗଠନ ତରଫରୁ ଧର୍ମଗଡଠାରେ ରକ୍ତ ଦାନ ଶିବିର ଅନଷ୍ଠିତ ହୋଇଛି। ସଂଗଠନର କାର୍ଯ୍ୟକାରୀ ସଭାପତି ମହେଶ୍ୱର ସୁନାନୀଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଷୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିର କୁ ଉଦଘାଟିତ କରିଥିଲେ। ଏବଂ ସମସ୍ତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ଭାବେ ଧର୍ମଗଡ ଥାନା ଅଧିକାରୀ ପ୍ରଶାନ୍ତ କୋଲ୍ଲାହରସ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିବାସହ ଆଗାମୀ ଦିନରେ ପୋଲିସ ପ୍ରଶାସନ ସହ ମିଳିତ ଭାବେ ରକ୍ତଦାନ ଶିବିର କରିବା ପାଇଁ ମତ ଦେଇଥିଲେ। ଉକ୍ତ ଶିବିରରେ ସଂଗଠନର କାର୍ଯ୍ୟକାରୀ କୋଷାଧ୍ୟକ୍ଷ ମୃତ୍ୟୁଞ୍ଜୟ ନାଏକ, ଗୋବିନ୍ଦ ସାହୁ, ଇଙ୍ଗିତ ମେହେର, ଦୁଷ୍ମନ୍ତ ପଟେଲ, ପରିଚୟ ସୁନାନୀ ସମେତ ୩୦ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ସଂଗଠନର ଅଙ୍କିତ ସେଠୀ, ଜ୍ଞାନରଞ୍ଜନ ନାଏକ, ଅଭିଷେକ ବାଗ, ସୁନିଲ ତଣ୍ଡନ, ସମାଜସେବୀ ଢ଼ଗମାଲିଆ ନାଏକ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ।