ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ : ଧର୍ମଗଡ ବ୍ଲକ ଜୟନ୍ତପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜନ ଜାତୀୟ ଗୌରବ ଦିବସ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜୟନ୍ତପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଜୟନ୍ତୀ ବାଗ ସମ୍ମାନିତ ଅତିଥି ଧର୍ମଗଡ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁବ୍ରତ ମିଶ୍ର, ଜଗ ମୋହନ ଝାଙ୍କର, ମୁଖ୍ୟବକ୍ତା ଅବସରପ୍ରାପ୍ତ ଶିକ୍ଷକ ଯୁବରାଜ ନାଏକ ପ୍ରମୁଖ ଯୋଗଦେଇଥିଲେ। ସଭା କାର୍ଯ୍ୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜଗଦୀଶ ଶବର ସଭାପତିତ୍ୱ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସହ ଶିକ୍ଷକ ଲକ୍ଷ୍ମୀଧର ବାଗ ପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ପରିମିତା ପାଢ଼ୀ, ଚିତ୍ରାଞ୍ଜଳି ନାଏକ, ଟ୍ଵିଙ୍କଳ ଶତପଥୀ, ଭୋଜରାଜ ପୁଞ୍ଜି ପଣ୍ଡା, ମିନା ସାହୁ, ତରୁଣ ଦଳେଇ, ତୋଫାନ ପଣ୍ଡା, ପ୍ରବୀଣ ସାହୁ ପ୍ରମୁଖ ସହଯୋଗ କରିଥିଲେ।
