କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ (ମଧୁସୂଦନ ଠାକୁର) : କେସିଙ୍ଗା ବ୍ଲକ କାଣ୍ଡେଲ ଠାରେ ଆଜି କ୍ଳଷ୍ଟର ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହା ଙ୍କ ସଭାପତିତ୍ବ ରେ ଏବଂ କାଣ୍ଡେଲ କ୍ଳଷ୍ଟର ସଂଯୋଜକ ଆଶୁତୋଷ ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ସମ୍ମାନିତ ଅତିଥ ଭାବେ ବାପୁଜୀ ୟୁପି ଏସ କିକିଆ ର ବିଜ୍ଞାନ ଶିକ୍ଷକ ଅବନୀ ରଞ୍ଜନ ପ୍ରଧାନ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିକ୍ରମ ଦେବ ସାହୁ, ଜବାହାର ଉଚ୍ଚ ବିଦ୍ୟାପୀଠ ବାଲସୀ ର ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା, ଜବାହର ଉଚ୍ଚ ବିଦ୍ୟାଳୟ (କ)ର ବିଜ୍ଞାନ ଶିକ୍ଷକ ମନୋଜ କରଙ୍କ ସମେତ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ବିଜ୍ଞାନ ମେଳାକୁ ଉଦଘାଟନ କରିଥିଲେ। ବିଜ୍ଞାନର ବିକାଶ ଯୋଗୁଁ ମାନବ ସଭ୍ୟତାର ବିକାଶ ସମ୍ଭବପର ହୋଇପାରିଛି। ଏଣୁ ଛାତ୍ର ଛାତ୍ରୀ ମାନେ ବିଜ୍ଞାନ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ। ଛାତ୍ର ଜୀବନରେ ନିଜକୁ ଅଧିକ ଶୃଙ୍ଖଳିତ ଭାବରେ ଗଢି ତୋଳିବା ପାଈଁ ଅତୀଥି ମାନେ ପରାମର୍ଶ ଦେଇଥିଲେ। ଖାଦ୍ୟ ସ୍ୱାସ୍ଥ୍ୟ ଓ ସ୍ୱଛତା, ପରିବହନ ଓ ଯୋଗାଯୋଗ, ପ୍ରାକୃତିକ, କୃଷି, ବିପର୍ଯୟ ପରିଚାଳନା, ଆଦର୍ଶ ଗଣିତ ପ୍ରଦର୍ଶନ, ବର୍ଜ୍ୟବସ୍ତୁ ପରିଚାଳନା, ସମ୍ବଳ ପରିଚାଳନା ଆଦି ବିଷୟକୁ ନେଇ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ତିନୋଟି ସ୍ତରରେ ମୋଟ ୩୦ ରୁ ଉର୍ଦ୍ଧ୍ବ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ତନ୍ମଧ୍ୟରୁ ବିଚାରକ ମଣ୍ଡଳୀ ପ୍ରାଥମିକ ସ୍ତରରେ ରେ ୫ ଟି ଉଚ୍ଚ ପ୍ରାଥମିକ ସ୍ତରରେ ୩ ଟି, ଉଚ୍ଚ ବିଦ୍ୟାଳୟ ସ୍ତରର ସମସ୍ତ ପ୍ରକଲ୍ପ ଗୁଡ଼ିକ ବ୍ଲକ ସ୍ତରକୁ ମନୋନୀତ କରିଛନ୍ତି। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଆବର୍ଜନାର ବିନିଯୋଗ, ଡୋଷ୍ଟବିନର ବ୍ୟବହାର,ସବୁଜ ଶକ୍ତି, ସୌର ମଣ୍ଡଳ, ସବୁଜ ଓ ନବୀକରଣୀୟ ଉର୍ଜା, ପରିବହନ ଓ ଯୋଗାଯୋଗ,ସ୍ୱାସ୍ଥ୍ୟ ଓ ସ୍ୱଛତା, ସୌରାଶକ୍ତି ସାହାଯ୍ୟରେ ଜଳ ସେଚନ, ସ୍ୱାସ୍ଥ୍ୟକର ଓ ଅସ୍ୱାସ୍ଥ୍ୟକର ଖାଦ୍ୟ ସହ ବିଭିନ୍ନ ବିଜ୍ଞାନ ଭିତ୍ତିକ ମଡେ଼ଲ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଉକ୍ତ ବିଜ୍ଞାନ ମେଳାକୁ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବ୍ରାହ୍ମଣୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଘାସିରାମ ମହଲା ପରିଚାଳନା କରିଥିଲେ ।
