କିକିଆରେ ବିଶେଷ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର ନ୍ୟୁୁଜ୍ (ମଧୁସୂଦନ ଠାକୁର) : ବର୍ଷା ଋତୁ ଶେଷ ହୋଇ ଶୀତ ଆରମ୍ଭ ହେଲାଣି ଏହି ସମୟରେ ଅନେକ ଲୋକଙ୍କ ଦେହ ବିଗିଡି ଥାଏ କାହାକୁ ଜ୍ଵର ମୁଣ୍ଡବିନ୍ଧା ତ ଆଉ କାହାକୁ ଅନ୍ୟ କିଛି ସମସ୍ୟା ଦେଖାଯାଇଥାଏ।ପୁଣି ବର୍ତ୍ତମାନ ଧାନ ର ଅମଳ ସମୟ ମେଡିକାଲ ଆସି ଚିକିତ୍ସା ହେବା ପାଇଁ ସମୟ ଓ ପଇସା ର ଘୋର ଅଭାବ ରହିଥାଏ।ତେଣୁ ଏହି ସବୁ ସମସ୍ୟା କୁ ଦୃଷ୍ଟି ରେ ରଖି ଲୋକଙ୍କ ପାଖରେ ବିନା ମୂଲ୍ୟରେ ସ୍ଵାସ୍ଥ୍ୟ ସେବା ପ୍ରଦାନ ପାଇଁ ଗତ କାଲି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କିକିଆ ଗ୍ରାମର ଉଚ୍ଚ ବିଦ୍ୟାଳୟ ପରିସରରେ ଏସ ବି ଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ବିଶେଷଜ୍ଞ ଡାକ୍ତର ଦଳ ସାଙ୍ଗକୁ ଲେଵ ଟେକନିସିଏନ ଓ ଔଷଧ ପତ୍ର ନେଇ ଏକ ବିଶେଷ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଅନେକ କିକିଆ ଗ୍ରାମବାସୀ ଙ୍କ ସମେତ ଆଖ ପାଖ ପଡୋଶୀ ଗ୍ରାମର ଲୋକେ ଉକ୍ତ ସ୍ଵାସ୍ଥ୍ୟ ଶିବିରକୁ ଆସି ନିଜ ସ୍ଵାସ୍ଥ୍ୟ ପରୀକ୍ଷା ନିରୀକ୍ଷା କରି ମାଗଣାରେ ଔଷଧ ପତ୍ର ନେବା ସହିତ ଡାକ୍ତରଙ୍କ ବହୁମୂଲ୍ୟ ପରାମର୍ଶ ନେଇଥିଲେ। ଏହି ସ୍ଵାସ୍ଥ୍ୟ ଶିବିରକୁ ଏସ ବି ଆଇ ଫାଉଣ୍ଡେସନ ସଭାପତି ଜଗନ୍ନାଥ ସାହୁ ଉଦ୍ଘାଟନ କରିଥିବା ବେଳେ ଏଥିରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଶିବପ୍ରସାଦ ଆଚାରୀ, ଦନ୍ତରୋଗ ବିଶେଷଜ୍ଞ ଡାକ୍ତର ଆଶିଷ ଶତପଥୀ, ପବ୍ଲିକ ହେଲ୍ଥ ବିଶେଷଜ୍ଞ ଡାକ୍ତର ରବୀନ୍ଦ୍ର ନାଥ ଖଟୁଆ ପ୍ରମୁଖ ଉପସ୍ଥିତ ଥିବା ବେଳେ ରାମକୀ ଫାଉଣ୍ଡେସନ ର ସଭାପତି ଏମ ଭି ରାମି ରେଡ୍ଡୀ, ଡିପିଏମ ଦିଲୀପ ଦୁବେ ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଉପସ୍ଥିତ ଥିଲେ।