ଚାଷ ଜମିରୁ ମୃତ ଦେହ ଉଦ୍ଧାର ଘଟଣା ; ସଠିକ୍ ତଦନ୍ତ ଦାବିରେ ଶବ ରଖି ରାସ୍ତା ଅବରୋଧ

କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଚିତ୍ରସେନ ବାଗ) : ଗତକାଲି ପୋଟେସ ଗ୍ରାମର ଏକ ଚାଷ ଜମିରେ ସନ୍ଦେହ ଜନକ ଅବସ୍ଥାରେ ପଡିଥିବା ଅଲେଖ ନିଆଲ ନାମକ ଜନୈକ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ଏନେଇ ପରିବାର ଲୋକ କଲମପୁର ପୋଲିସ ଥାନାରେ ଏତଲା ଦେଇଥିଲେ। ଏହି ଏତଲାକୁ ଭିତ୍ତି କରି କଲମପୁର ପୋଲିସ ପକ୍ଷରୁ ଏକ ମାମଲା ରୁଜ୍ଜୁ କରି ସାଇନଟିଫିକ୍ ଟିମ୍ ସହାୟତାରେ ଘଟଣାର ପ୍ରାଥମିକ ତଦନ୍ତ ପରେ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରିବାର ଲୋକ ଶବ ନେଇ ଗାଁ କୁ ଫେରିବା ପରେ କଲମପୁର ଅନୁସୂଚିତ ଜାତୀ ବିକାଶ ପରିଷଦ ସଭାପତି ବଳରାମ ଦୁର୍ଗା, ବହୁଜନ ମୁକ୍ତି ମୋର୍ଚ୍ଚା ସଭାପତି ମାଧବ ସୁନାନୀ, ଜିଲ୍ଲା ଜାତି ବିକାଶ ପରିଷଦ ସମ୍ପାଦକ ଶତ୍ରୁଘ୍ନ ନାଏକ, ଗଣେଶ ନାଗ, ଜଗନ୍ନାଥ ନାଏକ, ଓ ଗ୍ରାମବାସୀ ଙ୍କ ସହଯୋଗରେ ସଠିକ ତଦନ୍ତ ଦାବିରେ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ପୋଟେସ (କଛାରପଡା) ଛକ ନିକଟରେ ରାସ୍ତାରୋକ କରାଯାଇଛି।ଯାତାୟାତ ବନ୍ଦ ରହିଛି।