କଲମପୁର/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ଗୋଷ୍ଠୀ ଶିକ୍ଷା ବିଭାଗ ଅଧୀନ ବିଶ୍ୱନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ମଣ୍ଡଳ ଠାରେ ଅନୁଷ୍ଠିତ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ମେଳାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ନର୍ଲା ଜୟଦୂର୍ଗା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନିତ ଅତିଥି ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରତାପ କିଶୋର ପଣ୍ଡା, ନୃସିଂହ ଚରଣ ପଣ୍ଡା, ବ୍ଲକ ବିଜ୍ଞାନ ସାଧନ କେନ୍ଦ୍ର ସଭାପତି ଅଶ୍ଵିନୀ କୁମାର ମୁଣ୍ଡ, ବିଶ୍ଵନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ମେହେର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସିନ ଥିଲେ। ଏହି ବିଜ୍ଞାନ ମେଳାରେ ବାଲ ବୈଜ୍ଞାନିକ, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଓ ଇକୋ କ୍ଳବ୍, ଏହି ତିନୋଟି ବିଭାଗକୁ ନେଇଁ ସର୍ବ ମୋଟ ୧୨୭ ଗୋଟି ପ୍ରକଳ୍ପ କୁନି ବୈଜ୍ଞାନିକ ମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା। ବ୍ଲକ୍ ସ୍ତରରୁ ଚୟନ ହୋଇ ଥିବା ଶିଶୁ ବୈଜ୍ଞାନିକ ମାନେ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ କରିବା ନେଇ ସୂଚନା ରହିଛି। ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳାର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବିଇଓ ମଧୁସ୍ମିତା ନାଏକଙ୍କ ସଭାପତିତ୍ବ କରିଥିଲେ। ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ଗାନ କରିଥିବା ବେଳେ ବ୍ଲକର ସମସ୍ତ ଉଚ୍ଚବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିଶୁ ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିଥଲେ। କାର୍ଯ୍ୟକ୍ରମରେ ଶିକ୍ଷକ ଅନିଲ କୁମାର ମାଝୀ ଓ ନବଘନ ସାହୁ ମଞ୍ଚ ପରିଚାଳନା କରିଥିଲେ। ବିଶ୍ଵନାଥ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ରାମଶଙ୍କର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କତ କରାଯାଇଥିଲା।
