ଚାକିରୀ ଦେବା ନା’ରେ ଠକେଇ : ଢ଼ାବା ମାଲିକ ଗିରଫ

କ୍ରାନ୍ତିକ୍ଷତ୍ର/ବାଲିଗୁଡ଼ା (ସାମୁଏଲ ପ୍ରଧାନ) : ଚାକିରୀ ଦେବା ନାରେ ଠକେଇ, ଅଭିଯୁକ୍ତ ଢ଼ାବା ମାଲିକକୁ ବାନ୍ଧିଲା ପୋଲସି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରେ। ସୂଚନା ଅନୁସାରେ ଦାରିଙ୍ଗବାଡି ଛକ ଢ଼ାବା ମାଲିକ ପ୍ରିୟ ରଞ୍ଜନ ନାୟକ କଳାହାଣ୍ଡି ଅଞ୍ଚଳର ପଦ୍ମନାଭ ଛତ୍ରିଆଙ୍କ ଠାରୁ ବାଲିଗୁଡ଼ା ପୂର୍ତ୍ତ ବିଭାଗରେ ଡାଟା ଏଣ୍ଟି ଓପ ରେଟର ସରକାରୀ ଚାକିରୀ କରାଇ ଦେବା ନାମରେ ବ୍ୟକ୍ତିଙ୍କ ଠାରୁ ଫୋନ ପେ ମାଧ୍ୟମରେ ୨ ଲକ୍ଷ୍ୟ ୫୬ ହଜାର ପାଞ୍ଚ ଶହ ଟଙ୍କା ନେଇ ଦୀର୍ଘ ଦିନ ହେବ ଧରା ଛୁଆଁ ଦେଉନ ଥିଲା। ଜୈନିକ ବ୍ୟକ୍ତି ନିଜ ଝିଅ ର ଚାକିର ପାଇଁ ଦେଇ ଥିବା ଟଙ୍କା ବିଷୟରେ କ ନୂଆଗାଁ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏହାର ତଦନ୍ତ କରି ଅଭିଯୁକ୍ତ ଢ଼ାବା ମାଲିକ ପ୍ରିୟ ରଞ୍ଜନ ନାୟକ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।