ରାୟଗଡା/କ୍ରାନ୍ତିକ୍ଷେତ୍ର : କଲ୍ୟାଣସିଂହପୁର ପୁରୁଣା ବସଷ୍ଟାଣ୍ଡ ନିକଟସ୍ଥ ଖେଳ ପଡିଆଠାରେ ଚାଲିଥିବା ମାଁ ଭୈରବୀ ୟୁଥ୍ ଭଲିବଲ ଟର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗୁରୁ ଷ୍ଟାର ଦଳ ବିଜୟୀ ହୋଇଛି। ଫାଇନାଲ ଖେଳର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାୟଗଡା ଜିଲ୍ଲା ବିଜେପି ସଭାପତି ଗୋପୀ ଆନନ୍ଦ, ସମ୍ମାନିତ ଅଥିତି ଭାବେ ମୁଖ୍ୟ ଆୟୋଜକ ଜିଲ୍ଲା ଯୁବ ମାର୍ଚ୍ଚା ଉପ ସଭାପତି ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ କୁମାର ସେନାପତି, କଲ୍ୟାଣସିଂହପୁର ସରପଞ୍ଚ ଗୌତମ ବାର୍ଲି, ବିଜେପି ମଣ୍ଡଳ ସଭାପତି ଅଜିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଜେତା ଦଳକୁ ଟ୍ରଫି ସହ କୋଡିଏ ହଜାର ଟଙ୍କା ଓ ରନର ଟିମ କୁ ଟ୍ରଫି ସହ ପନ୍ଦର ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ଭଲିବଲ ଟର୍ଣ୍ଣାମେଣ୍ଟ ଦେଖିବାକୁ ବିଭିନ୍ନ ଅଞ୍ଚଳ ରୁ ଶହ ଶହ ଖେଳ ପ୍ରେମୀଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା।
