ଗଞ୍ଜାମ ବ୍ଲକର କରପଡ଼ା ଉଚ୍ଚ ବିଦ୍ୟାଳୟରେ କ୍ରୀଡା ଓ ବାର୍ଷିକ ଉତ୍ସବ ପାଳିତ

କ୍ରାନ୍ତିକ୍ଷେତ୍ର/ଛତ୍ରପୁର : ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା  ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ର ମିଳିତ ଆନୁକୁଲ୍ୟରେ ୨୦୨୫-୨୬ ଶିକ୍ଷା ବର୍ଷ ର କ୍ରୀଡା ଓ ବାର୍ଷିକ ଉତ୍ସବ ଅତ୍ୟନ୍ତ ଉତ୍ସାହରେ ପାଳିତ ହୋଇଯାଇଛି  । କାର୍ଯ୍ୟକ୍ରମରେ  ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅଥିତି ଭାବେ ଯୋଗ ଦେଇଥିଲେ । ସେହିଭଳି ମୁଖ୍ୟ ବକ୍ତା ଭାବେ ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ  ପ୍ରଶାନ୍ତ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ  ପ୍ରସନ୍ନ କୁମାର ବେହେରା, ସମାଜସେବୀ ଦୁର୍ଯୋଧନ ରେଡ୍ଡୀ ଏବଂ ରାଜପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ  ଲକ୍ଷ୍ମଣ ସେଠି ପ୍ରମୁଖ ଯୋଗ ଦେଇଥିଲେ । ଉଭୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାର୍ଷିକ ବିବରଣୀ ପଠନ କରିଥିଲେ ।  କାର୍ଯ୍ୟକ୍ରମରେ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରେ ଉଭୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନ ର ଅଭାବ ହେତୁ ଏହାକୁ କରପଡ଼ା ଉଚ୍ଚ ବିଦ୍ୟାଳୟକୁ ସ୍ଥାନାନ୍ତର କରି  ଓଡ଼ିଶା ସରକାରଙ୍କ ପ୍ରାୟୋଜିତ ଗୋଦାବରୀଶ ମିଶ୍ର ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରୂପାନ୍ତରଣ କରିବାକୁ ଗ୍ରାମବାସୀ  ବିଧାୟକଙ୍କୁ  ନିବେଦନ କରିଥିଲେ ଯାହାକୁ ବିଧାୟକ ଗୁରୁତ୍ଵ ର ସହ ନେବା ସହ ଆଗାମୀ ଦିନରେ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି  ପ୍ରତିଶ୍ରୁତି ଦେଇଥିଲେ । କରପଡ଼ା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ବିଭୂତି ଭୂଷଣ ଦାସ ଏବଂ କରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଉଭୟ ବିଦ୍ୟାଳୟର ସମସ୍ତ  ଶିକ୍ଷକ ଓ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ରଞ୍ଜିତ ପ୍ରଧାନଙ୍କ ରିପୋର୍ଟ କ୍ରାନ୍ତିକ୍ଷେତ୍ର ନ୍ୟୁଜ । 

Leave a Reply

Your email address will not be published. Required fields are marked *