କୋଷାଗୁମୁଡା/କ୍ରାନ୍ତିକ୍ଷେତ୍ର : ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ମୁଖ୍ୟ ବଜାରରେ ପୁଣି ଏକ ଦୋକାନର ସଟର ଭାଙ୍ଗି ଚୋରି ହୋଇଛି। ବିଳମ୍ବିତ ରାତ୍ରରେ ୱାକାର ହସମଦ୍ କିରାନା ଦୋକାନର ସଟର ଭାଙ୍ଗି କିରାନା ସାମଗ୍ରୀ ଶହ ଟଙ୍କା ଚୋରି ହୋଇଥିବା କୋଡ଼ିଙ୍ଗା ଥାନାରେ ଏତଲା ଦେଇଛନ୍ତି। ଏନେଇ ଥାନରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ। ସୂଚନା ମୂତାବକ, କୋଡ଼ିଙ୍ଗା ମୁଖ୍ୟ ବଜାରରେ ଥିବା ୱାକାର ହସମଦ୍ କିରାନା ଦୋକାନ ପ୍ରତିଦିନ ପରି ରାତ୍ର ୮ ଘଣ୍ଟ ସମୟରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ। ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ କୌଣସି ଦୃବୃତ୍ତମାନେ ଆସି ଦୋକାନର ସଟର ଭାଙ୍ଗି କିରାନା ସାମଗ୍ରୀ ଶହ ଟଙ୍କା ନେଇଯାଇଛନ୍ତି। ଦୋକାନ ଠାରୁ ମାତ୍ର ୨୦୦ ମିଟର ଦୂରରେ ପୋଲିସ ଫାଣ୍ଡି ଥିଲେ ମଧ୍ୟ ଦୁବୃତ୍ତମାନେ ଦୋକାନ ସଟର ଭାଙ୍ଗି ଚୋରି କରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। କୋଡ଼ିଙ୍ଗା ପୋଲିସ ତରଫରୁ ରାତ୍ର ପେଟ୍ରୋଲିଙ୍ଗ କରାଯାଉଥିଲେ ମଧ୍ୟ ଦୁର୍ବୃତ୍ତମାନେ ନିର୍ଭୟରେ ଚୋରି କରିବା ପୋଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ସୂଚନା ଥାଉକି କୋଡ଼ିଙ୍ଗା ବଜାରରେ ଗତ ଦୁଇ ମାସ ଭିତରେ ଗୋଟିଏ ଦିନରେ ତିନୋଟି, ଆଉ ଗୋଟିଏ ଦିନ ଦୁଇଟି ଓ କେଉଁ ଦିନ ଗୋଟିଏ ଏହିଭଳି ଲଗାତାର ଚୋରି ହେଉଥିବା ନେଇ ଆଜି କୋଡ଼ିଙ୍ଗା ବଣିକ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ କରି ସଂଘର କର୍ମଚାରୀମାନେ ଥାନା ଘେରାଉ କରିଛନ୍ତି। ତୁରନ୍ତ ପୋଲିସ ଦୁର୍ବୁତ୍ତଙ୍କୁ ଧରିଲେ ଯାଇ ଦୋକାନ ବଜାର ଖୋଲିବୁ ବୋଲି କହିଛନ୍ତି। ଲଗାତାର ଦୋକାନ ଭାଙ୍ଗି ଦୃବୁର୍ତ୍ତମାନେ ଚୋରି କାରୁଥିବାରୁ ଆମେ ଏଠି ସୁରକ୍ଷିତ ନାହୁଁ। ପୂର୍ବରୁ ଚୋରି ହୋଇଥିବା ନେଇ ବହୁବାର ଏତଲା ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲିସ ଦୁର୍ବୁତ୍ତମାନଙ୍କୁ ଧରିବାରେ ବିଫଳ ହୋଇଛି। ରାତ୍ର ପେଟ୍ରୋଲିଙ୍ଗ କଡାକଡି କରାଯାଉ ବୋଲି ବଣିକ ସଙ୍ଘ ସଭାପତି ତ୍ରିଲୋଚନ ସିଂ କହିଛନ୍ତି। ପରେ ସାଇଣ୍ଟିଫିକ ଟିମ ଓ ସନ୍ଧନୀ କୁକୁରର ସହାୟତା ନିଆଯାଇଥିଲା। ପାପଡାହାଣ୍ଡି ଏସଡିପିଓ ସତ୍ୟଜିତ କଣ୍ଡେଲକଲ ଘଟଣା ସ୍ଥଳରେ ପହଞ୍ଚି ଆଗକୁ ଏଭଳି ଘଟଣା ହେବନାହିଁ, ରାତ୍ର ପେଟ୍ରୋଲିଙ୍ଗ କଡ଼କଡି କରାଯିବା ଶହ ଦୁର୍ବୁତ୍ତଙ୍କୁ ତୁରନ୍ତ ଧରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ପାଇବା ପରେ ଧାରଣାରୁ ଉଠିଥିଲେ।
