ମ. ରାମପୁରକ୍ରାନ୍ତିକ୍ଷେତ୍ର (ଉଦ୍ଧବ ପଣ୍ଡା) : ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ବ୍ଲକ ପକେଲପଡ଼ା ପକ୍ଷରୁ ବ୍ଲକ ସ୍ତରୀୟ ଖେଳ ପ୍ରତିଯୋଗିତାର ଷଷ୍ଠ ଦିବସ ଫୁଟବଲ ମ୍ୟାଚରେ ମୁଡ଼ିଙ୍ଗ ଓ ତୁର୍ଲା ମଧ୍ୟରେ ଖେଳା ଯାଇଥିଲା। ଏଥିରେ ଅତିଥି ଭାବେ ରେଗେଡା ସରପଞ୍ଚ ଦିପ୍ତିରାଣି ସାହୁ, ମୁଡ଼ିଙ୍ଗ ପଞ୍ଚାୟତ ଜି.ଅ.ର୍ଏସ ଜସ୍ପାଲ ନାଗ, ବି.ଆ.ର୍ସି.ସି. ମୋହନ ଚନ୍ଦ୍ର ପଧାନ ଓ ଶିକ୍ଷକ ଲଳିତ ମୋହନ ଭୋଇ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହ କରିଥିଲେ। ପରିଶେଷରେ ମୁଡ଼ିଙ୍ଗ ଦଳ ୧-୦ ରେ ବିଜୟୀ ହୋଇ ଫାଇନାଲକୁ ପ୍ରବେଶ କରିଛି। ଏହି ଖେଳରେ ମୁଖ୍ୟ ରେଫରୀ ପିଙ୍କୁ ଚନ୍ଦନ, ସହାୟକ ଦିନେଶ କୁମାର, ବିନୋଦ ହେର୍ଣ୍ଣା ଓ ମାଧବ ବଗର୍ତ୍ତୀ ଦାଇତ୍ୱ ତୁଲାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ବିନାୟକ ୟୁଥ୍ କ୍ଳବ ସଭାପତି ଯଶୋବନ୍ତ ଗହିର, ସମ୍ପାଦକ ଲକ୍ଷାପତି, କାର୍ଯ୍ୟକାରୀ ସମ୍ପାଦକ ସର୍ଜନ ବଗର୍ତ୍ତୀ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।
