ବ୍ରହ୍ମପୁର “ସାଂସଦ ଖେଳ ମହୋତ୍ସବ”ରେ ସ୍ମୃତିପ୍ରଜ୍ଞାଙ୍କ ଉଲ୍ଲେଖନୀୟ ସଫଳତା

ବ୍ରହ୍ମପୁର/କ୍ରାନ୍ତିକ୍ଷେତ୍ର : (ରଞ୍ଜିତ ପ୍ରଧାନ) ଯୁବ ପିଢ଼ି ମଧ୍ୟରେ କ୍ରୀଡ଼ା ପ୍ରତିଭାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆୟୋଜିତ “ସାଂସଦ ଖେଳ ମହୋତ୍ସବ”ର ଉଜ୍ଜାପନି ସମାରୋହ ଅତ୍ୟନ୍ତ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ସଫଳତାର ସହିତ ସମ୍ପନ୍ନ ହୋଇଯାଇଛି । ଏହି ଉଜ୍ଜାପନି ସମାରୋହର ମୁଖ୍ୟ ଆକର୍ଷଣ ହେଉଛି ବ୍ୟାଡମିଟନ ପ୍ରତିଯୋଗିତା, ଯେଉଁଥିରେ ଛତ୍ରପୁର ଇଉରୋ କିଡ଼ସ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ରୀ ସ୍ମୃତିପ୍ରଜ୍ଞା ଉଲ୍ଲେଖନୀୟ ସଫଳତା ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି ।

ଅତି କମ୍ ବୟସରେ ସ୍ମୃତିପ୍ରଜ୍ଞା ନିଜର ଦକ୍ଷତା, ଅନୁଶାସନ ଓ ଦୃଢ଼ ମନୋବଳ ଦ୍ୱାରା ପ୍ରତିଯୋଗିତାରେ ସମସ୍ତଙ୍କ ମନୋଯୋଗ ଆକର୍ଷିତ କରିଥିଲେ। ବୟସରେ ବଡ଼ ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହ ପ୍ରତିସ୍ପର୍ଧା କରି ସେ ନିଜ କ୍ରୀଡ଼ା ପ୍ରତିଭାର ପରିଚୟ ଦେଇଥିଲେ, ଯାହା ଉପସ୍ଥିତ କ୍ରୀଡ଼ାପ୍ରେମୀମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିଲା।

ବ୍ୟାଡମିଟନ ପ୍ରତିଯୋଗିତାରେ ସ୍ମୃତିପ୍ରଜ୍ଞାଙ୍କ ଦୃଢ଼ ମନୋବଳ, ଦକ୍ଷତା ଓ ଶିଷ୍ଟାଚାର ସମସ୍ତଙ୍କ ମନୋଯୋଗ ଆକର୍ଷିତ କରିଥିଲା । ତାଙ୍କର ଏହି ସଫଳତା ପାଇଁ ଊଜ୍ଜାପନି ସମାରୋହ ମଞ୍ଚରେ ତାଙ୍କୁ  ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ,ଦିଗପହଣ୍ଡି  ବିଧାୟକ ତଥା ଅଭିନେତା ଡକ୍ଟର ସିଦ୍ଧାନ୍ତ ମହାପାତ୍ର,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ,ଚିକିଟି ବିଧାୟକ ମନୋରଞ୍ଜନ ଧ୍ୟାନସାମନ୍ତ, ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତିଭାସନ ପ୍ରମୁଖ  ମେଡେଲ ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଅତିଥିମାନେ କ୍ରୀଡ଼ା କ୍ଷେତ୍ରରେ ଯୁବ ପ୍ରତିଭାଙ୍କୁ ଉତ୍ସାହିତ କରିବା ପାଇଁ ସାଂସଦ ଖେଳ ମହୋତ୍ସବ ପରି ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେମାନେ କହିଥିଲେ ଯେ ଖେଳ କେବଳ ଶାରୀରିକ ଦକ୍ଷତା ନୁହେଁ, ଏହା ଶିଷ୍ଟାଚାର, ନିୟମିତା ଓ ନେତୃତ୍ୱ ଗୁଣ ଉନ୍ନତିରେ ମଧ୍ୟ ସାହାଯ୍ୟ କରେ।

ସ୍ମୃତିପ୍ରଜ୍ଞାଙ୍କ ଏହି ସଫଳତା ପାଇଁ ତାଙ୍କ ପରିବାରସଦସ୍ୟ, ଶିକ୍ଷକମାନେ ଓ କ୍ରୀଡ଼ାପ୍ରେମୀମାନେ ଖୁସି ପ୍ରକାଶ କରିଥିଲେ। ତାଙ୍କ ସଫଳତା ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।

ଊଜ୍ଜାପନି ସମାରୋହ ଶେଷରେ ସ୍ମୃତିପ୍ରଜ୍ଞାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ଆଗାମୀ ଦିନରେ ଆହୁରି ବଡ଼ ସଫଳତା କାମନା କରାଯାଇଥିଲା ।