କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅନ୍ତର୍ଗତ ପଣ୍ଡିଗାଁ ପଞ୍ଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୬ ପାଲିତ ହୋଇଯାଇଛି। ଏହି ଅବସରରେ ପ୍ରଥମ ପର୍ଯାୟ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟ କ୍ରମରେ ସର୍ବ ପ୍ରଥମେ ସକାଳ ୧୦ଘଣ୍ଟା ସମୟରେ ପାତ୍ରବସା ମାଁ ଲଙ୍କେଶ୍ଵରୀ ମନ୍ଦିର ଠାରୁ ଏକ ମଶାଳ ଶୋଭାଯାତ୍ରା ବାହାରି ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ଠାରେ ପହଞ୍ଚିଥିଲା। ଏହାପରେ ଗ୍ରାମ ଦେବାଦେବୀଙ୍କ ଉଦ୍ୟେଶ୍ଵରେ ମଶାଳ ସ୍ଥାପନ କରାଯାଇଥିଲା। ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ କବିତା ଜୈନଙ୍କ ସଭାପତିତ୍ୟ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଲମପୁର ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ମୁଖ୍ୟ ବକ୍ତା ଭାବରେ କଲମପୁର ତହସିଲଦାର ସ୍ମରଣିକା ତୁଲ, ସମ୍ମାନୀୟ ଅତିଥି ଭାବେ ସାଂସଦ ପ୍ରତିନିଧି ଅରୁଣ ଜଗରିଆ, ବ୍ଲକ ଉପାଧ୍ୟକ୍ଷ ଚିନ୍ତାମଣି ବେହେରା, ନାଏବ ସରପଞ୍ଚ ହେମଲତା ନାଏକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ପ୍ରଧାନୀ, ଶିକ୍ଷାବିଦ ସତ୍ୟନାରାୟଣ ରାଜପୁତ, ସମାଜସେବୀ ଦେବରାଜ ଜୈନ, ସୁଶିଲ ଜୈନ , ଶିକ୍ଷା ବିଦ ଗୋପାଳ ଚନ୍ଦ୍ର ରାଉତ, ସମାଜସେବୀ ପ୍ରଶାନ୍ତ ମାଝୀ, ଆଇନଜିବୀ ସୁଶିଲ ରାଉତ, ଚାଷୀ ଭବାନୀ ବେହେରା , ସମିତି ସଭ୍ୟ ବବୃବାହାନ ପୁଝାରୀ ପ୍ରମୁଖ ଉପସ୍ଥିତ ଥିଲେ। କଳାହାଣ୍ଡି ଉତ୍ସବର ଉଦ୍ଦେଶ୍ୟ ଗ୍ରାମାଞ୍ଚଳରେ ଲୁଚିରହି ଥିବା ପ୍ରତିଭା କିପରି ଭାବରେ ବ୍ଲକ ସ୍ତରରୁ ରାଜ୍ୟ ସ୍ତରକୁ ପହଞ୍ଚି ପାରିବ ସେଥିପାଇଁ କଳାହାଣ୍ଡି ଉତ୍ସବଟି ମୁଖ୍ୟ ଉଦ୍ଦେଶ୍ୟ ବୋଳି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୬ ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ସରପଞ୍ଚ କବିତା ଜୈନଙ୍କ ସଭାପତିତ୍ୟରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, କଲମପୁର ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକ, ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ , ଥୁଆମୁଳ ରାମପୁର ବ୍ଲକ ପ୍ରଭାରୀ ଘନଶ୍ୟାମ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଦୁହିତା ମାଝୀ, ନିବେଦିତା ହଂସ , ପଣ୍ଡିଗାଁ ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଟିକେମଣି ହଂସ, ମୀନଗୁର ପଞ୍ଚାୟତ ସରପଞ୍ଚ ନୀହାରିକା ବେହେରା, କୋଟାଗାଁ ପଞ୍ଚାୟତ ସରପଞ୍ଚ ଚନ୍ଦନ ପଣ୍ଡା, ନବୀନ ପଣ୍ଡା, ଅଭି ବାଗ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମଟିକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଜୀତେନ୍ଦ୍ର କୁମାର ଏବଂ ସୁଧୀର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ପଞ୍ଚାୟତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ। ପଞ୍ଚୟତ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା କାର୍ଯ୍ୟକ୍ରମରେ ବାଜାସାଲ , ମେଲୋଡି, ଢ଼ାବ ନୃତ୍ୟ, ସଙ୍ଗୀତ ତଥା ବିଭିନ୍ନ କାର୍ଯ୍ୟକ୍ରମ ପରିବେଷଣ କରିବା ପରେ ଦର୍ଶକ ବିଭୋର ହୋଇ ଉପଭୋଗ କରିଥିଲେ। ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା ।
