୨୮କିଲୋ ଗଞ୍ଜେଇ ଜବତ ; ୩ ମହିଳା ଗିରଫ

ବାଲିଗୁଡ଼ା/କ୍ରାନ୍ତିକ୍ଷେତ୍ର (ସାମୁଏଲ ପ୍ରଧାନ) : କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅଞ୍ଚଳରେ ମହିଳା ଗଞ୍ଜେଇ ମାଫିଆଙ୍କ ପାଦୁର୍ଭାବ ବଢ଼ିବାରେ ଲାଗିଛି। ପୋଲିସ ମଧ୍ୟ୍ ଏହି ମହିଳା ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସଫଳ ହୋଇଛି। ତଥାପି ପୁରୁଷଙ୍କ ତୁଳନାରେ ମହିଳା ମାନେ ମଧ୍ୟ୍ ଏହି ବେଆଇନ ବ୍ୟବସାୟାରେ ଲିପ୍ତ ରହୁଛନ୍ତି। ତେବେ ଆଜି ପୋଲିସକୁ ମିଳିଛି ଏକ ବଡ଼ ସଫଳତା, ୨୮ କିଲୋ ଗଞ୍ଜେଇ ଜବତ କରି ୩ ମହିଳା ବ୍ୟବସାୟୀଙ୍କୁ ଗିରଫ କରିଛି କ.ନୂଆଗାଁ ଥାନା ପୋଲିସ। ବିଶିଷ ସୂତ୍ରରୁ ପୋଲିସ ଖବର ପାଇଁ ଦୁଙ୍ଗିଆ ଦିଆ ମନ୍ଦିର ନିକଟରେ ୨୮କିଲୋ ଗଞ୍ଜେଇ ବସ୍ତା ଧରି ନୟାଗଡ଼ ଜିଲ୍ଲା ଯିବା ପାଇଁ ବସ୍ କୁ ଅପେକ୍ଷା କରିଥିବା ତିନି ମହିଳାଙ୍କୁ ପଚାରା ଉଚ୍ଚାର କରି ଗିରଫ କରାଯାଇଥିଲା। ଅଭିଯୁକ୍ତା ମହିଳା ମାନେ ନୟାଗଡ଼କୁ ଗଂଜେଇ ନେବା ପାଇଁ ବସ୍ କୁ ଅପେକ୍ଷା କରିଥିଲେ। ଅଭିଯୁକ୍ତ ମହିଳା ହେଲେ ସୁକାନ୍ତି ସ୍ୱାଇଁ,ରିତା ସ୍ୱାଇଁ, ମାନସୀ ଜେନା ଉଭୟଙ୍କ ଘର ନୟାଗଡ଼ ଜିଲ୍ଲା ହୀରାଦେଇପୁର ଗ୍ରାମରେ। ଏନେଇ ଥାନାରେ ଏନଡି ପିଏସ ମାମଲା ରୁଜୁ କରି ଅଭିଯୁକ୍ତ ମହିଳାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *