ଧର୍ମଗଡ଼ ଯଶୋଦା ଅନାଥ ଆଶ୍ରମ ପରିଦର୍ଶନ କଲେ ପରିବହନ ମନ୍ତ୍ରୀ 

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଢଗ ନାଏକ) : ଦିନିକିଆ ଧର୍ମଗଡ ଗସ୍ତରେ ବାଣିଜ୍ୟ, ଖଣି ସମ୍ପଦ ଓ ପରିବହନ ମନ୍ତ୍ରୀ  ବିଭୂତି ଭୂଷଣ ଜେନା ଆସିଥିବାବେଳେ ଧର୍ମଗଡ ଯଶୋଦା ଅନାଥ ଆଶ୍ରମ ପରିଦର୍ଶନ କରିଥିଲେ। ଅନାଥ ଆଶ୍ରମ ଯାଇ ସ୍ଥିତି ପରଖିବା ବିଭିନ୍ନ ସମସ୍ୟା ଉପରେ ଅନୁଧ୍ୟାନ କରିଥିଲେ ଏବଂ ଅନ୍ତେବାସୀମାନଙ୍କୁ ଭେଟି ବିଭିନ୍ନ ସୁବିଧା ଅସୁବିଧା ପଚାରି ବୁଝିଥିଲେ ଏବଂ ଉନ୍ନୟନ କାମ ପାଇଁ ପ୍ରତିଶୃତି ଦେଇଥିଲେ। ପରେସହର ମଧ୍ୟରେ ଥିବା ମାଁ ଇଷ୍ଟ ଦେବୀ ଭଣ୍ଡାରଘରଣୀ ମନ୍ଦିର ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ।ଏଥିସହ ମନ୍ଦିର ର ଭିତ୍ତିଭୂମି ଓ ଆବଶ୍ୟକ ଥିବା ଅନେକ ଉନ୍ନୟନ କାମ ଉପରେ ସାଧାରଣ ଭାବେ ଆଲୋଚନା କରିଥିଲେ। ତାଙ୍କ ପରିଦର୍ଶନ ସମୟରେ ବରିଷ୍ଠ ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ, ଅପରେଶ ସ୍ୱାଇଁ, ହିମାଂଶୁ ପଣ୍ଡା, ଜନ୍ମେଜୟ ନାଏକ, ସୁକାନ୍ତି ସା, ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ, ଘନଶ୍ୟାମ ଅଗ୍ରୱାଲ,ହେମନ୍ତ ମାଝୀ,ଚନ୍ଦନ ପଣ୍ଡା, ଅଜୟ ମେହେର,ମନୀନ୍ଦ୍ର ପାତ୍ର,ବସନ୍ତ ନାଗ,ସୈାରଭ ମିତ୍ତଲ,ପ୍ରମୁଖ ଉପସ୍ଥିତ ରହିଥିଲେ।