ଧର୍ମଗଡ/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଢଗ ନାଏକ) : ଆଜି ସଡ଼କ, ପରିବହନ ଓ ଖଣି ସମ୍ପଦ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଅଚାନକ ଧର୍ମଗଡ ଗସ୍ତ କରିଛନ୍ତି। ଏବଂ ସହରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଛନ୍ତି। ଅଞ୍ଚଳବାସୀଙ୍କ ପକ୍ଷରୁ ଜନସାଧାରଣଙ୍କ ସୁବିଧା ନିମନ୍ତେ ଧର୍ମଗଡରୁ ବିଭିନ୍ନ ସ୍ଥାନକୁ ବସ ଚଳାଚଳ ଓ ଗୋଡ଼ଭଞ୍ଜା ଗୋଳେଇ ଛକ ବିଜୁ ଏକ୍ସପ୍ରେସ ୱେରେ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଧର୍ମଗଡରୁ ସମ୍ବଲପୁର, ବ୍ରହ୍ମପୁର ଓ ବିଶାଖାପାଟଣମ କୁ ବସ ଚଳାଚଳ କରିବା ପାଇଁ ମଧ୍ୟ ଦାବି କରିଥିଲେ। ଆଲୋଚନା ସମୟରେ ବରିଷ୍ଠ ସାମ୍ବାଦିକ ବିରଞ୍ଚି ନାରାୟଣ ଜାଲ, ଏନଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି, ବରିଷ୍ଠ ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ, ଅପରେଶ ସ୍ୱାଇଁ, ହିମାଂଶୁ ପଣ୍ଡା, ଜନ୍ମେଜୟ ନାଏକ, ଢଗ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।