ସଇଁତଳା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ଗୋକୁଳା ନନ୍ଦ ବଗର୍ତ୍ତୀ) : ବଲାଙ୍ଗୀର ଜିଲ୍ଲା ସଇଁତଲା ବ୍ଲକ ଧରପଗଡ଼ ହାଇସ୍କୁଲ ର ଛାତ୍ର ଛାତ୍ରୀ ୯’ରୁ ୧୧ ରାୟଗଡା ଗୋପବନ୍ଧୁ ବିଦ୍ୟାଳୟରେ ଚାଲି ଥିବା ରାଜ୍ୟ ଥାଙ୍ଗ – ଟା , ମୁଇଥାଇ (ଥାଇ ବକ୍ସସିଙ୍ଗ) ଓ ଭ୍ୟାୟାମ ପ୍ରତିଯୋଗିତାରେ ଧରବଗଡ ହାଇସ୍କୁଲର ଛଅ ଜଣ ଛାତ୍ର ଛାତ୍ରୀ ଓ ଆର୍ଟସ ଟେମ୍ପଲ ମାର୍ଟିଏଲସ ଆର୍ଟସ ଏକାଡେମୀ ର ତିନି ଜଣ ଛାତ୍ର ଏଥିରେ ଭାଗ ନେଇ ୨୪ଟି ସ୍ବର୍ଣ୍ଣ ଓ ଦୁଇଟି ରୌପ୍ୟ ପଦକ ହାସଲ କରି ଛନ୍ତି ସୂଚନା ଅନୁସାରେ ସୁବ୍ରାଂଶୁ ହେର୍ଣ୍ଣା ୨ଟି ସ୍ଵର୍ଣ, ୧ ରୌପ୍ୟ ଲେଖାରାମ ମାଝୀ ୩ଟି ସ୍ବର୍ଣ୍ଣ, ୟଶରାଜ ପଧାନ ୩ ଟି ସ୍ବର୍ଣ୍ଣ , ଯୁବରାଜ ଜାଲ ୩ ଟି ସ୍ବର୍ଣ୍ଣ, ଟିକେଶ୍ବରୀ ପାତ୍ର ୨ ସ୍ବର୍ଣ୍ଣ ୧ ରୌପ୍ୟ, ବିପଷା ମାଝୀ ୩ ଟି ସ୍ବର୍ଣ୍ଣ ଓ ଆର୍ଟସ ଟେମ୍ପଲ ମର୍ସଲ ଆର୍ଟସ ଅକାଦେମୀ ର ଶ୍ରୀୟାଂଶ ପଣ୍ଡା ୩ ଟି ସ୍ବର୍ଣ୍ଣ, ପ୍ରଭୁଦତ୍ତ ମହାନ୍ତି ୩ଟି ସ୍ବର୍ଣ୍ଣ ପଦକ ହସଲ କରି ଧରାବଗଡ ହାଇସ୍କୁଲ ଓ ଗାଁ ତଥା ବଲାଙ୍ଗୀର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଏହି ପ୍ରତିଯୋଗୀତା ଭାଗ ନେଇଥିବା ଛାତ୍ର ଛାତ୍ରୀ ଆସନ୍ତା ଜୁନ ରେ ହରିୟାଣା ରେ ହେବା କୁ ଥିବା ଜାତୀୟ ସ୍ତର ପ୍ରତିଯୋଗିତା ରେ ଅଂଶଗ୍ରହଣ କରିବେ ପ୍ରତିଯୋଗୀ ମନେ ଧରାବଗଡ ହାଇସ୍କୁଲ ରେ ଥିବା ଖେଳ ଶିକ୍ଷକ ଚନ୍ଦ୍ରଶେଖର ବହୁକ ଙ୍କ ଠାରୁ ପ୍ରଶିକ୍ଷଣ ନେଉଥିଲେ ସେ ମଧ୍ୟ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରି ଦୁଇ ଟି ସ୍ବର୍ଣ୍ଣ ଏକ ରୌପ୍ୟ ପଦକ ହାସଲ କରିଛନ୍ତି ପୂର୍ବରୁ ଧରପଗଡ଼ ହାଇସ୍କୁଲ ରୁ ଆଠଟି ଛାତ୍ର ଓ ଛାତ୍ରୀ ଏସଜିଏଫ୍ଆଇ ଜାତୀୟସ୍ତର ରେ ଅଂଶଗ୍ରହଣ କରିଥିଲେ । ଧରବଗଡର ସରପଞ୍ଚ ଗୀତାଞ୍ଜଳୀ ପଣ୍ଡା ଏବଂ ପୂର୍ବତନ ସରପଞ୍ଚ ସତ୍ୟ ନାରାୟଣ ପଣ୍ଡା ଏବଂ ଗ୍ରାମବାସୀ ମିଶି ସମସ୍ତ ଖୋଲ ତାଳ ସହ ମେଧାବୀ ମାନଙ୍କୁ ଗାଁ ବସ୍ତିରେ ବାଜା ବଜେଇ ସ୍ୱାଗତ କରିଥିଲେ।