କଳାହାଣ୍ଡି ଟପ୍ପର ହେଲେ ତେଜଶ୍ବିନୀ ସୁନା, ଇଶ୍ବର ନାଏକ ଥୁଆମୂଳ ରାମପୁର ଟପ୍ପର
ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପ୍ରଦୀପ ପଣ୍ଡା) : ପ୍ରକାଶ ପାଇଲା ସିବିଏସ୍ଇର ଦ୍ବାଦଶ ପରୀକ୍ଷା ଫଳ। ଓଡିଶା ଆଦର୍ଶ ବିଦ୍ୟାଳୟ କଳାହାଣ୍ଡିର ଏହି ଫଳାଫଳରେ ମଦନପୁର ରାମପୁର ଓଏଭିର ଛାତ୍ରୀ ତେଜଶ୍ବିନୀ ସୁନା ୫୦୦ ରୁ ୪୮୫ ମାର୍କ ତଥା ୯୭ ପ୍ରତିଶତ ମାର୍କ ରଖି ଜିଲ୍ଲା ଟପ୍ପର ହୋଇଛନ୍ତି।ଚଳିତ ବର୍ଷ ଏହି ବିଦ୍ୟାଳୟରୁ ମୋଟ ୨୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଯେଉଁଥିରେ ବିଦ୍ୟାଳୟର ପାସ୍ ହାର ଶତ ପ୍ରତିଶତ ରହିଛି। ସେହିପରି ଥୁଆମୂଳ ରାମପୁର ବ୍ଲକର ଓଏଭିର ଛାତ୍ର ଇଶ୍ବର ନାଏକ ୯୩ ପ୍ରତିଶତ ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି। ୫୦୦ ରୁ ୪୬୫ ମାର୍କ ପାଇ ବିଦ୍ୟାଳୟ ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ଇଶ୍ବର।