ରେଗଡା ଆଦର୍ଶ ବିଦ୍ୟାଳୟର ସଫଳତା : ଟପ୍ପର ହେଲେ ପ୍ରତ୍ୟୁଷ, ପୁଷ୍ପଲତା

କର୍ଲାମୁଣ୍ଡା/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ପବିତ୍ର ସାହୁ) : ରେଗଡାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ଓମ୍‌ ପ୍ରତ୍ୟୁଷ ସାହୁ ଦଶମ ପରୀକ୍ଷାରେ ୯୬% ମାର୍କ ରଖି ବିଦ୍ୟାଳୟ ଟପ୍ପର ହୋଇଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଏହି ବିଦ୍ୟାଳୟରେ ୬ ଜଣ ଛାତ୍ରୀଛାତ୍ର ୯୦%ରୁ ଅଧିକ ମାର୍କ ରଖିଥିବା ବେଳେ ୧୩ ଜଣ ୮୦%ରୁ ଅଧିକ ଓ ୫୧ ଜଣ ଛାତ୍ରୀଛାତ୍ର ୬୦%ରୁ ଅଧିକ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ସିବିଏସସି ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଏହି ବିଦ୍ୟାଳୟର ଛାତ୍ରୀ ପୁଷ୍ପଲତା କମ୍ପ ୯୬.୨% ମାର୍କ ରଖି ବ୍ଲକ ଟପ୍ପର ହୋଇଛନ୍ତି।