ମାଣ୍ଡିଆ ଫସଲ ଅମଳର ଆକଳନ ଓ କ୍ଷେତ୍ର ଦିବସ ପାଳିତ

ତେନ୍ତୁଳୀଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ୍ ଦିଗି ପଞ୍ଚାୟତ ଅନ୍ତର୍ଗତ ସଲପା ଗ୍ରାମରେ ମାଣ୍ଡିଆ ର କ୍ଷେତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ଲକ୍ କୃଷି ଅଧିକାରୀ ବରୁଣ ଧନପଲ୍ ପ୍ରମୁଖ ଭାବରେ ଯୋଗଦେଇ ଏହାକୁ ସଫଳ କରିଥିଲେ। ଶ୍ରୀ ଅନ୍ନ ଅଭିଯାନର ବ୍ଲକ୍ ସଂଯୋଜୋକ ନିଶାନ୍ତ କୁମାର ବିଷୋୟୀ ଏହାକୁ ପରିଚାଳନା କରିଥିଲେ। ଏହି ଅବସରରେ ବ୍ଲକ୍ କୃଷି ଅଫିସ୍ରୁ କୃଷି ଓଭର୍ସିୟର ଧିରେନ୍ କୁମାର ବେନ୍ୟା, ମଧୁସ୍ମିତା ପତି, କୃଷକ ସାଥୀ, ମାଣ୍ଡିଆ ଚାଷୀ, ଗାଁ ବୟୋଜ୍ୟେଷ୍ଠ ବ୍ୟକ୍ତି ଏବଂ ଅଗ୍ରଗାମୀ ସଂସ୍ଥାର କର୍ମଚାରୀ ମାନେ ଯୋଗ ଦେଇଥିଲେ। ଦିଗି ପଞ୍ଚାୟତ ଅଧିନରେ ଥିବା ସଲପା, ପଣସପଦର୍, ଚରମୂଳା, ଗାଦବାଗୁଡ଼ା, କର୍ଲୀଚୁଆଁ, ବୋଡ଼ାକୁପୁଲି , ଦମ୍ବଗୁଡ଼ା ଆଦିରୁ ମାଣ୍ଡିଆ ଚାଷୀ ମାନେ ଯୋଗ ଦେଇଥିଲେ । ସର୍ବପ୍ରଥମେ ନିଶାନ୍ତ ବିଷୋୟୀ ସମସ୍ତଙ୍କୁ ସ୍ବାଗତ ଜଣାଇଥିଲେ ଏବଂ ଏହି ମାଣ୍ଡିଆ କ୍ଷେତ୍ର ଦିବସ ଉପରେ ଆଲୋକପାତ କରିଥିଲେ । ବ୍ଲକ୍ କୃଷି ଅଧିକାରୀ ବରୁଣ ଉପସ୍ଥିତ ଥିବା ସମସ୍ତ କୃଷକ ସାଥୀ, ଚାଷୀ ଭାଇ/ଭଉଣୀ ମାନଙ୍କୁ ଏହି ଦିନର ମହତ୍ତ୍ଵ ବିଷୟରେ କହିଥିଲେ। ସମସ୍ତ ଚାଷୀ କିପରି ଆଗାମୀ ଖରିଫରେ ଭଲ ଭାବରେ ମାଣ୍ଡିଆ ଚାଷ କରିବେ, ବିହନ ବିଶୋଧନ କରିବା ସହିତ ଅମଳ କରିବେ ସେହି ଦିଗରେ ଧ୍ୟାନ ଦେବାକୁ ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଉପଲକ୍ଷେ ପ୍ରାୟ ୧୦୦ ଜଣ ଚାଷୀ ଯୋଗଦାନ ଦେଇଥିଲେ । ମାଣ୍ଡିଆ ଚାଷ ଜମିର ଏକ ଜାଗାରେ କ୍ରପ୍ କଟିଙ୍ଗ ମଧ୍ୟ କରାଯାଇଥିଲା ଏବଂ ତାକୁ ସମସ୍ତଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା। ଅଗ୍ରଗାମୀ ତରଫରୁ ସୋମାଇ ମାଝୀ, ନିରୋଦ ପଣ୍ଡା, ହିମାଂଶୁ ଦଳେଇ, ଜୟ ପାତ୍ର, ଅଶ୍ଵିନୀ ନାୟକ ଆଦି ଯୋଗଦେଇ ଥିଲେ ।