ଜମ୍ମୁରୁ ଫେରିଲେ ଛାତ୍ରୀ ଚନ୍ଦନା

ତେନ୍ତୁଳିଖୁଣ୍ଟି/କ୍ରାନ୍ତିକ୍ଷେତ୍ର ନ୍ୟୁଜ୍ (ମୁନ୍ନା ଦଳେଇ) : ପେହେଲଗାଁଓରେ ୨୬ ପର୍ଯ୍ୟଟକଙ୍କୁ ଆତଙ୍କବାଦୀ ଙ୍କ ଆକ୍ରମଣ ପରେ ଭାରତ ଏହାର ପ୍ରତିବାଦରେ ନଅ ଗୋଟି ଆତଙ୍କବାଦୀଙ୍କ ବେଶ୍କୁ ଏୟାର୍ଷ୍ଟ୍ରାଇକ କରିଥିଲା। ଏହାପରେ ପାକିସ୍ତାନ ଆତଙ୍କବାଦୀଙ୍କ ସମର୍ଥନରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟିକରି ବାରମ୍ବାର ଭାରତର ଜମ୍ମୁ ସମେତ ପଞ୍ଜାବ ରାଜସ୍ଥାନ ,ଗୁଜରାଟର ସୀମାନ୍ତ ଗ୍ରାମ ଓ ସହର ଉପରେ ଦ୍ରୋଣ ତଥା ଅନ୍ୟାନ୍ୟ ଅସ୍ତ୍ରରେ ଆକ୍ରମଣ କରିଥିଲା ଯାହାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ସଂପୂର୍ଣ୍ଣ ରୂପେ ଅକାମୀ କରିଥିଲା। ଜମ୍ମୁରେ ଅଧ୍ୟୟନରତ ଛାତ୍ରଛାତ୍ରୀ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରୁ ସୁରକ୍ଷିତ ଘରକୁ ଫେରିବାକୁ ସରକାରଙ୍କୁ ଜଣାଇଥିଲେ। ରାଜ୍ୟସରକାର ସଂପୃକ୍ତ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ସେମାନଙ୍କ ଫେରିବା ବ୍ୟବସ୍ଥା ରାଜ୍ୟ ପରିବହନ ପ୍ରାଧିକରଣକୁ ଦେଇଥିଲେ। ନବରଙ୍ଗପୁର ଜିଲ୍ଲା ଖାତିଗୁଡ଼ା ସ୍ଥିତ ଜବାହର ନବୋଦୟ ବିଦ୍ୟାଳୟ କ୍ୟାମ୍ପସରେ ରହୁଥିବା ବିଦ୍ୟାଳୟର ସ୍ବାସ୍ଥ୍ୟ କର୍ମଚାରୀଙ୍କ ଝିଅ ଚନ୍ଦନା ମିଶ୍ର। ଯେକି ଜମ୍ମୁ ସ୍ଥିତ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ ଏମ ଏସ ସି ପ୍ରାଣୀ ବିଜ୍ଞାନ ବିଭାଗର ଛାତ୍ରୀ ସେ ମଧ୍ୟ ଜମ୍ମୁରୁ ଫେରିଛନ୍ତି। ଟ୍ରେନ ଯୋଗେ ଦିଲ୍ଲୀ ଆସିବା ପରେ ଫେରିବା ପାଇଁ ବ୍ୟବସ୍ଥା ହୋଇ ନ ଥିଲା ତଥାପି ଏମେଜେନ୍ସି ପ୍ଲେନ୍ ଟିକେଟ କରି ଭୁବନେଶ୍ୱର ଓ ପରେ ନବରଙ୍ଗପୁର ଦେଇ ଖାତିଗୁଡ଼ାରେ ପହଞ୍ଚିଥିବା ସୂଚନା ମିଳିଛି। ଜମ୍ମୁରେ ଯୁଦ୍ଧ ଭଳି ପରିସ୍ଥିତିରେ ଯେଉଁ ସମୟ ବ୍ୟତୀତ କରିଛନ୍ତି ତାହା ରୋମାଞ୍ଚଭରା ଥିଲା କିନ୍ତୁ ପ୍ରଥମ ଦିନର ପ୍ରେସ ବ୍ରିଫିଙ୍ଗ ପରେ ଭାରତୀୟ ଡିଫେନ୍ସ ସିଷ୍ଟମ ଉପରେ ଭରସା ବୃଦ୍ଧି ପାଇଥିଲା ବୋଲି କହନ୍ତି ଚନ୍ଦନା ।