ସୁନାମାଲ ନିକଟରେ ବାଇକ୍ ଦୁର୍ଘଟଣା ; ୨ ମୃତ

କୋକସରା/କ୍ରାନ୍ତିକ୍ଷେତ୍ର : କୋକସରା ଥାନା ସୁନାମାଲ ଠାରେ ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣା। ଦୁର୍ଘଟଣାରେ ୨ ଜଣକ ମୃତ୍ୟୁ ହୋଇଛି। ମୃତକ ମାନେ ହେଲେ କେନ୍ଦୁଡଙ୍ଗରୀ ଗ୍ରାମର ଅମରେନ୍ଦ୍ର ମାଝୀ, ଓ ସୁବାସ ନାଏକ ବୋଲି ଜଣାପଡ଼ିଛି। ସେମାନେ ସୁନାମାଳ ଗ୍ରାମରୁ ବାଇକ ଯୋଗେ ନିଜ ଗାଁ କେନ୍ଦୁଡ଼ଙ୍ଗାରି ଯିବା ସମୟରେ ବିଳମ୍ବିତ ରାତିରେ ସୁନାମାଲ ଭାଲୁପଡା ନିକଟରେ ଭାରସାମ୍ୟ ହରାଇ ତାଙ୍କ ବାଇକ ଦୁର୍ଘଟଣା ଘଟିଥିଲା। ତେବେ ସକାଳୁ ସକାଳୁ ସ୍ଥାନୀୟ ଲୋକେ ଏକ ଚାଷ ଜମିରେ ବାଇକ୍ ସହ ୨ ଯୁବକ ପଡ଼ିଥିବା ଦେଖି କୋକସରା ଥାନା ପୋଲିସ କୁ ଖବର ଦେଇଥିଲେ। ପରିବାର ଓ ପୋଲିସ ଘଟଣା ସ୍ଥଳେରେ ପହଞ୍ଚିଥିଲେ। ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରି ଶବକୁ ଉଦ୍ଧାର କରି କୋକସରା ମେଡିକାଲ କୁ ବ୍ୟବଛେଦ ପାଇଁ ପଠାଇ ଦେଇଛି।