ରାୟଗଡା/କ୍ରାନ୍ତିକ୍ଷେତ୍ର(ପ୍ରଶାନ୍ତ ସେନାପତି) : ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ୍ ଶିବପଦର ପଞ୍ଚାୟତର କେଶରପାଢୀ ଗ୍ରାମ ଠାରେ ୧୧୨ ଖଣ୍ତ ଗାଁ ର ଡ଼ଙ୍ଗରିଆ ଆଦିବାସୀଙ୍କ ମେଳି ହୋଇ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ଆରମ୍ଭ ପୂର୍ବରୁ ସମସ୍ତ ୧୧୨ ଖଣ୍ଡ ଗ୍ରାମବାସୀ ଏକତ୍ର ହୋଇ ବେଦାନ୍ତ ବିରୁଦ୍ଧରେ ନାରାଦେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା।

ପରେ ସମସ୍ତ ଏକତ୍ରିତ ହୋଇ କେଶରପାଢୀ ଗ୍ରାମଠାରେ ଏକ ଜନ ସଚେତନତା ବୈଠକ କରାଯାଇଥିଲା। ଆମ ନିୟମଗିରି ଆଦିବାସୀଙ୍କୁ ମଜୁରୀ କାମ ଦେବା ନାଁରେ କୈଣସି ସୂତ୍ରରେ ନିରିହ ଡ଼ଙ୍ଗରିଆ ଆଦିବାସୀଙ୍କ ଦସ୍ତଖତ କରାଇ ଟଙ୍କା ହଡ଼ପ କରି ନିଆଯାଉଛି। ସେଭଳି ଅନେକ କାମ ଦେଖାଇ ଲାଳସା ଠକେଇ ର ଶିକାର ହେଉଛନ୍ତି, ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ନିୟମଗିରି ସୁରକ୍ଷା ମଞ୍ଚର ସଭାପତି ଲଦ ସିକକା ସଚେତନ କରାଇଥିଲେ। ନିୟମଗିରି ବଞ୍ଚାଅ ବେଦାନ୍ତ କମ୍ପାନୀ ହଠାଅ, ଆମ ଜଳ ଆମ ଜଙ୍ଗଲ, ଆମ ମାଟି ଆମ ମା କୁ ବଞ୍ଚାଅ ବୋଲି କହିଥିଲେ। ଆଗାମୀ ଦିନରେ ଏଭଳି ଠକେଇ ର ଶିକାର ହେବା ନାହିଁ, ଆମ ନିୟମଗିରି ମା’ କୁ ଛାଡ଼ିବା ନାହିଁ। ବେଦାନ୍ତ କମ୍ପାନୀକୁ ଆମେ ବିରୋଧ କରିବୁ ଯଦି ରାଜ୍ୟ ସରକାର ଆମକୁ ରାସ୍ତା ଘାଟ ପାନିୟ ଜଳ ସ୍ଵାସ୍ଥ୍ୟ ଓ ଶିକ୍ଷା ଉପରେ ଆମକୁ ଦେବାର ଅଛି ତାହା ହେଲେ ଆମେ ଗ୍ରହଣ କରିବୁ ନହେଲେ ଆମେ କାହାକୁ ମାନିବୁ ନାହିଁ ବୋଲି ସପତ ନେଇ ନିଷ୍ପତ୍ତି ନେଇଥିଲେ। ଏହି ନିୟମଗିରି ସୁରକ୍ଷା ମଞ୍ଚ ବୈଠକ ରେ ରାଧା ମୋହନ ଟାକ୍ରି, ଡ୍ରିକା କାଡ୍ରାକା, ଦଦି ସିକକା, ପ୍ରଶାନ୍ତ ସିକକା, ଦୁନ୍ଦ କୁଟ୍ରୁକା, ପୂର୍ଣ୍ଣ ଟାକ୍ରି, ଦାସୃ ଜାକେଶିକା, ନିରନ ବାଗ୍। କାମ ବାଞ୍ଜେଲିକା, ସୁନା ବାଞ୍ଜେଲିକା, ରାମ ସିକକା ଏହି ବୈଠକରେ ଉପସ୍ଥିତ ରହିଥିଲେ। ଏହି ନିୟମଗିରି ସୁରକ୍ଷା ମଞ୍ଚ ବୈଠକରେ ୧୧୨ ଖଣ୍ଡ ଗ୍ରାମ ବାସୀ ଉପସ୍ଥିତ ରହି ସମସ୍ତ ଅସୁବିଧା ବିଷୟରେ ଆଲୋଚନା କରିବା ସହ ସଚେତନ କରାଇଥିଲେ।
