କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ୱାର୍ଡ ନଂ ୩ ତେତେଲଗଛ ପଡ଼ା ଡ୍ରେନ ରୁ ଦୁଇଟି କନ୍ୟା ଭୃଣ ମିଳିଛି। ମିଳିଥିବା ସୂଚନା ଅନୁଯାୟୀ କେସିଙ୍ଗା ସହରରେ ପ୍ରାୟ ପ୍ରତ୍ୟେକ ଦିନ ଏନ୍ଏସି ପକ୍ଷରୁ ଭିନ୍ନ ଭିନ୍ନ ୱାର୍ଡ କୁ ଯାଇ ସଫେଇ କର୍ମଚାରୀ ମାନେ ଡ୍ରେନ ସଫା କରିଥାନ୍ତି। ସେହି କ୍ରମରେ ସ୍ଥାନୀୟ ୩ ନଂ ୱାର୍ଡ କୁ ଡ୍ରେନ ସଫା କରିବା ପାଇଁ କର୍ମଚାରୀ ମାନେ ଯାଇ ତେତେଲଗଛ ପଡ଼ା ଡ୍ରେନ ସଫା କରିବା ସମୟରେ ଦୁଇ ଟି ଅବିକଶିତ କନ୍ୟା ଭ୍ରୁଣ ଡ୍ରେନରେ ପଡ଼ିଥିବା ଦେଖି ଅଧିକାରୀଙ୍କୁ ଖବର ଦେଇଥିଲେ।ପରେ ସନ୍ଧ୍ୟା ସମୟରେ ୱାର୍ଡ ର କାଉନସିଲର ରୋହିତ ଜୈନ ପୋଲିସ ଷ୍ଟେସନ କୁ ଖବର ଦେବାପରେ ପୋଲିସ ଆସି ତଦନ୍ତ କରୁଥିବା ଜଣାପଡ଼ିଛି। ଦିନକୁ ଦିନ ଲିଙ୍ଗ ଅନୁପାତ କମି କମି ଯାଉଥିବାବେଳେ କନ୍ୟାଭ୍ରୁଣ ହତ୍ୟା କିଏ ବା କାହିଁକି କରୁଛି ଜାଣି ହେଉନାହିଁ। ଉକ୍ତ ଦୁଇ କନ୍ୟା ଭୃଣ ହତ୍ୟା କାହାର ପାପ କାମ କୁ ଲୁଚାଇବା ର ପରିଣାମ ନା କନ୍ୟା ଭ୍ରୁଣ ବୋଲି କେହି ଜାଣି ଶୁଣି ଏମିତି କାଣ୍ଡ କରିଛି ତାହା ନିହାତି ପକ୍ଷେ ତଦନ୍ତ ସାପେକ୍ଷ।
