ଆମଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ବନ୍ଦ କରୁଛନ୍ତି ଶିକ୍ଷକ

ଧର୍ମଗଡ଼/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ଆମଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ମନଇଚ୍ଛା ସ୍କୁଲ ବନ୍ଦ କରୁଛନ୍ତି। ଯାହାକୁ ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

          ପ୍ରକାଶ ଯେ’ ଉକ୍ତ ବିଦ୍ୟାଳୟଟି ଶୁକ୍ରବାର ଦିନ ପ୍ରାୟ ୩.୩୦ ରେ ସ୍କୁଲ ବନ୍ଦ କରି ଶିକ୍ଷକ ମାନେ ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟର ଶିକ୍ଷକ ମାନେ ମନଇଚ୍ଛା ସ୍କୁଲ ଆସୁଥିବା ଓ ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ବନ୍ଦ କରି ଚାଲି ଯାଉଥିବା ବହୁ ଅଭିଯୋଗ ହୋଇଆସୁଛି। ତେବେ ୪ଟା ପରେ ସ୍କୁଲ ବନ୍ଦ ହେବାର କଡ଼ା ନିୟମ ରହିଥିବାବେଳେ କାହିଁକି ନିର୍ଦ୍ଧାରିତ ସମୟ ପୂର୍ବରୁ ସ୍କୁଲ ବନ୍ଦ କରାଯାଇଛି ବୋଲି ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଜଣେ ଶିକ୍ଷକଙ୍କୁ ପଚାରିବାରୁ ବିବାହଘର ରହିଥିବାରୁ ଆଜି ଶୀଘ୍ର ବନ୍ଦ କରିଥିବା କରିଥିଲେ। ଏବଂ ପିଲାଙ୍କୁ ପଚାରି ପାରନ୍ତୁ ପ୍ରତିଦିନ ସ୍କୁଲ ନିର୍ଦ୍ଧାରିତ ସମୟରେ ହିଁ ବନ୍ଦ କରାଯାଉଛି ବୋଲି ଅତି ହାଲୁକା ଭାବରେ ଉତ୍ତର ଦେଇ ସେଠାରୁ ଚାଲି ଯାଇଥିଲେ। ତେବେ କିଭଳି ଭାବେ ଉକ୍ତ ବିଦ୍ୟାଳୟର ଶିକ୍ଷକ ମାନେ ସମସ୍ତ ନିତି ନିୟମ କୁ ଭାଙ୍ଗି ମନଇଚ୍ଛା ସ୍କୁଲ ବନ୍ଦ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ କାର୍ଯ୍ୟରେ ଅବହେଳା କରୁଥିବା ଉକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅବିଭାବକ ଓ ସାଧାରଣରେ ଲୋକେ ଦାବି କରିଛନ୍ତି। ଏ ବିଷୟରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଯୋଗାଯୋଗ କରିଯାଇଥିଲେ ମଧ୍ୟ ଫୋନ୍ ରିସିଭ୍ କରି ନଥିବାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେହିପରି ଅତିରିକ୍ତ ଗୋଷ୍ଠି ଶିକ୍ଷାଧିକାରୀ ହେମନ୍ତ ପଣ୍ଡାଙ୍କୁ ପଚାରିବାରୁ ଉକ୍ତ ଘଟଣା ଉପରେ ଆମେ ତଦନ୍ତ କରିବୁ ଏବଂ କାରଣ ଦର୍ଶାଅ ନୋଟିସ୍ ଜାରି କରିବୁ ବୋଲି କହିଛନ୍ତି।