ଚୋରି ମୋବାଇଲ ଜବତ କରି ଉପଭୋକ୍ତାଙ୍କୁ ଫେରାଇଲା କେସିଙ୍ଗା ପୋଲିସ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଦିନକୁ ଦିନ ମୋବାଇଲ ଚୋରି ବଢି ଚାଲିଥିବାବେଳେ ମୋବାଇଲ୍ ଚୋରି ରିପୋର୍ଟ ମଧ୍ୟ ପୋଲିସ ଷ୍ଟେସନରେ ମାଳ ମାଳ। କିଛି ଲୋକଙ୍କୁ ପୋଲିସ ସହାୟତାରେ ମୋବାଇଲ ଟ୍ରାକ କରି ମିଳୁଛି ତ’ କିଛି ମିଳୁନାହିଁ। ଜିଲ୍ଲା ପୋଲିସ ମୁଖ୍ୟାଳୟର ନିର୍ଦ୍ଦେଶ କ୍ରମେ କେସିଙ୍ଗା ପୋଲିସ ଟିମ କବଚ ନାମକ ଏକ ଅପରେସନ ଆରମ୍ଭ କରି ମୋବାଇଲ ଚୋରି ରିପୋର୍ଟ କରିଥିବା କିଛି ମୋବାଇଲ କୁ ଟ୍ରାକ କିମ୍ବା ଅନ୍ୟକିଛି ଉପାୟରେ କେସିଙ୍ଗା ପୋଲିସ ୧୦ ଜବତ ମୋବାଇଲ କୁ ମୋବାଇଲର ମାଲିକ ମାନଙ୍କୁ ଫେରାଇଛି।ସମସ୍ତ ମୋବାଇଲ ମାଲିକ ମାନଙ୍କୁ କେସିଙ୍ଗା ପୋଲିସ ଷ୍ଟେସନ କୁ ଡକାଇ ଉପଯୁକ୍ତ ପ୍ରମାଣ ବଳରେ ମୋବାଇଲ ଫେରା ଯାଇଛି। ମୋବାଇଲ ଫେରାଇବା ସମୟରେ କେସିଙ୍ଗା ଏସଡିପିଓ ସନ୍ଦୀପ ମାଝୀ ଥାନା ଅଧିକାରୀ ଜୀତେନ୍ଦ୍ର ବିଶ୍ଵାଳ ଙ୍କ ସମେତ ଅରକ୍ଷିତ ମାଝୀ, ରାହାସ ବିହାରୀ ସାହା ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *