ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା ସଭା

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଚାଞ୍ଚେରଠାରେ ତା ୨୨-୦୨-୨୦୨୬ ଆଜି କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ବ୍ଲକ ସ୍ତରୀୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ଏଥିରେ ସୁରେନ୍ଦ୍ର କୁମାର ଦୋରା ସଭାପତିତ୍ବ କରିଥିବାବେଳେ ସାଧାରଣ ସମ୍ପାଦକ ତପନ କୁମାର ଦାଶ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କଳାହାଣ୍ଡି ଜିଲ୍ଲାର ନୂତନ କର୍ମକର୍ତ୍ତା ଭାବେ ଜିଲ୍ଲା ସଭାପତି ପଦ୍ମଲୋଚନ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କୁମାର ନାୟକ ଓ ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର ଦୋରାଙ୍କୁ ପୁଷ୍ପମାଲ୍ୟ ଓ ଔପଢୋକନ୍ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ ଯୋଗ ଦେଇ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। କେସିଙ୍ଗା ପ୍ରାଥମିକ ଶିକ୍ଷକ ସଂଘର ସମସ୍ତ ୧୩ ଜଣ ଉପଦେଷ୍ଟା ଓ କର୍ମକର୍ତ୍ତା ମାନଙ୍କୁ ପ୍ରୀତି ଉପହାର ଦିଆଯାଇ ସମ୍ମାନିତ କରା ଯାଇଥିଲା। ଏହି ସଭାରେ ପ୍ରାୟ ୫୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ସୁନ୍ଦର୍ ଭାବେ ସିଆରସିସି ଭିଷ୍ମରଥି ସାହୁ ଆୟୋଜନ କରିଥିଲେ। ଶେଷରେ ସିଆରସିସି ଚନ୍ଦ୍ରଧ୍ଵଜ ନାଗ ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମକୁ ସିଆରସିସି ଗୋବିନ୍ଦ ବାଗ ଓ ଅବନୀ ରଞ୍ଜନ ପଧାନ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *