ଫାଇନାନ୍ଅସ ଧିକାରୀଙ୍କ ନାମରେ ଥାନାରେ ଅଭିଯୋଗ : ଲକ୍ଷାଧିକ ଟଙ୍କାର ମିଲୁ ନାହିଁ ହିସାବ

କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : କଳାହାଣ୍ଡି ଜିଲ୍ଲାର କେସିଙ୍ଗା ସହରରେ ଅନେକ ବ୍ୟାଙ୍କ ସମେତ ଅନେକ ଲୋନ ଦେନଲେଣ ସଂସ୍ଥା ରହିଛି। ସେଥି ମଧ୍ୟରୁ କେସିଙ୍ଗା ବଲାଙ୍ଗୀର ଛକରେ ଥିବା ଚୋଲାମଣ୍ଡଳ ଫାଇନାନ୍ସ କମ୍ପାନୀ ନାଁରେ ଜଣେ ଲୋନ୍ ଧାରକ ଆଣିଛନ୍ତି ଗୁରୁତର ଅଭିଯୋଗ। ଲୋନ କିସ୍ତି ଟଙ୍କା ଆଣି ଉପୋଭୋକ୍ତାଙ୍କ ଆକାଉଣ୍ଟରେ ନ ଭରି ନିଜ ପକେଟ ରଖି ଉପଭୋକ୍ତାଙ୍କୁ ହଇରାଣ କରିଥିବା ଅଭିଯୋଗ ଉପଭୋକ୍ତା ଥାନାର ଦ୍ୱାରସ୍ଥ। ଥାନାରେ ଲିଖିତ ଅଭିଯୋଗ ଅନୁଯାୟୀ ପଡୋଶୀ ନର୍ଲା ବ୍ଲକ ଉଳିଶିର୍କା ଗ୍ରାମ ସାହୁପଡ଼ାର ଅନନ୍ତ ସାହୁ କେସିଙ୍ଗା ଚୋଲାମଣ୍ଡଳ ସଂସ୍ଥା ରୁ ଏକ ଗାଡ଼ି ଲୋନ କରି ନେଇ ଥିଲେ ଓ କିସ୍ତି ମଧ୍ୟ ଭରୁଥିଲେ ହେଲେ ଅନନ୍ତ ସାହୁ ବାକି କିସ୍ତି ଟଙ୍କା ଭରିବା ପାଇଁ ତାଙ୍କ ଜ୍ବାଇଁ ଭାଗବତ ପ୍ରସାଦ ସାହୁଙ୍କୁ କହିଥିଲେ। ସେହି ହିସାବରେ ଭାଗବତ ସାହୁ ଚୋଲାମଣ୍ଡଳ ଅଧିକାରୀ ମାନଙ୍କୁ ସମୟ ସମୟରେ ଫୋନ୍ ପେ ଓ ନଗଦ ଆକାରରେ କିସ୍ତି ଟଙ୍କା ସମୁଦାୟ ୨ ଲକ୍ଷ ୨୮ ହଜାର ୧ ଶହ ଟଙ୍କା ଦେଇଥିଲେ। ହେଲେ କଣ ହେଲା କେଜାଣି ୨୧/୧/୨୬ ତାରିଖ ଦିନ ଚୋଲାମଣ୍ଡଳ କର୍ମଚାରୀ ମାନେ ଲୋନରେ ଆଣିଥିବା ଗାଡ଼ି ଜୋଜବରଦସ୍ତି ନେଇକି ଚାଲିଆସିଥିଲେ। ପରେ ଶ୍ରୀସାହୁ ଫାଇନାନ୍ସ ଅଫିସ ଆସି ଜାଣିବାକୁ ପାଇଲେ ଯେ ସେ ଦେଇଥିବା ୨ ଲକ୍ଷ ୨୮ ହଜାର ୧ ଶହ ଟଙ୍କା ତାଙ୍କ ଲୋନ ଆକାଉଣ୍ଟରେ ପୈଠ ହୋଇ ନାହିଁ। ପରେ ଅଧିକାରୀ ମାନଙ୍କ ପାଖ କୁ ଧାଇଁ ଧାଇଁ ଅନେକ ଥର ଯିବା ପରେ ମଧ୍ୟ କୌଣସି ସମାଧାନ ହେଲାନାହିଁ। ଶେଷରେ ଶ୍ରୀସାହୁ କେସିଙ୍ଗା ଥାନାରେ ଚୋଲା ମଣ୍ଡଳ କେସିଙ୍ଗା ଶାଖାର ଜଣେ ଏବିଏମ୍ ଙ୍କ ସମେତ ଆହୁରି ୫ ଜଣ ଅଧିକାରୀଙ୍କ ନାମରେ କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଘଟଣାର ତଦନ୍ତ କରୁଥିବା ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *