ବିକାଶ ଅନୁଷ୍ଠାନରେ ବିକାଶ ମେଧାବୀ ପରୀକ୍ଷା

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ଭବାନୀପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଶିକ୍ଷାନୁଷ୍ଠାନର ୱିସଡମ୍ ପାର୍କ ପରିସରରେ ସି.ଏଚ.ଏସ.ଇ ବିକାଶ ମଧାବୀ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଟ୍ୟୁସନ୍, ଓଡିଶା ର ଚେୟାରମ୍ୟାନ୍ ଡି.ନାଗେଶ୍ୱର ରାଓ ଉପସ୍ଥିତ ଥିବାବେଳେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ, ବିକାଶ ଅବାଶିକ ବିଦ୍ୟାଳୟର ଅଧ୍ୟକ୍ଷା  ଆରତି ମିଶ୍ର, ଉପାଧ୍ୟକ୍ଷ ନାରାୟଣ ମହାନ୍ତି, ଜେନେରାଲ ମ୍ୟାନେଜର ଗୁପ୍ତେଶ୍ୱର ଖୁଣ୍ଟିଆ ପ୍ରମୁଖ୍ ମଞ୍ଚାସୀନ ଥିଲେ। ମେଧାବୀ ପରୀକ୍ଷାରେ କଳାହାଣ୍ଡି ସମେତ ନୂଆପଡା, ନବରଙ୍ଗପୁର, ବଲାଙ୍ଗିର, କୋରାପୁଟ ଆଦି ପଡୋଶୀ ଜିଲ୍ଲାରୁ ଆସି ଉକ୍ତ ପରୀକ୍ଷାରେ ୫୦୦ ରୁ ଉର୍ଦ୍ଧ ପରୀକ୍ଷାର୍ଥୀ ଓ ଅଭିଭାବକ ସମାବେଶ ହୋଇଥିଲା। ମୁଖ୍ୟ ଅତିଥି ଡି.ନାଗେଶ୍ୱର ରାଓ ବିକାଶର ଗୁଣାତ୍ମକ ଶିକ୍ଷାର ମାନଦଣ୍ଡ ଉପରର ବିଶଦ୍ ଭାବରେ ବ୍ୟାଖ୍ୟା କରି ଶିକ୍ଷାର ସମସ୍ତ ଅନୁକୂଳ ବ୍ୟବସ୍ଥା ପୂରଣ କରିବାକୁ ବଦ୍ଧ ପରିକର ବୋଲି ଅଭିମତ ରଖିଥିଲେ । ଅଧ୍ୟକ୍ଷ ଯୁବରାଜ ନାୟକ ଭବାନୀପାଟଣା ସ୍ଥିତ ବିକାଶ ଶିକ୍ଷାନୁଷ୍ଠାନରେ ଥିବା ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ସୁଚାଇଥିଲେ ।ବିଦ୍ୟାଳୟର ଶିକ୍ଷକ ସବ୍ୟସାଚୀ ବେହେରା ଓ କିରଣ କୁମାର ଦାସ‘ଇଉ ଆର ୟୁନିକ’ ଶୀର୍ଷକ ସ୍ଲାଇଡସୋ ମାଧ୍ୟମରେ ଉପସ୍ଥାପନ କରିଥିଲେ ସି.ଏଚ.ଏସ.ଇ କୋଅର୍ଡିନେଟର ଲଵକାନ୍ତ ଆଚାର୍ଯ୍ୟ ହଷ୍ଟେଲ ପରିଚାଳନା ସମ୍ପର୍କ ରେ ଅବଗତ କରିଥିଲେ |ଶିକ୍ଷକ ଅଶ୍ୱିନ କୁମାର ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ନିଶିକାନ୍ତ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।