କଳାହାଣ୍ଡି କୋର୍ଟକୁ ବୋମା ଧମକ, ପୋଲିସ ତଦନ୍ତ ଜାରି

ଭବାନୀପାଟଣା/କ୍ରାନ୍ତିକ୍ଷେତ୍ର : ପୁରୀ, ବରଗଡ଼ ପରେ କଳାହାଣ୍ଡି ଜିଲା କୋର୍ଟକୁ ବି ମିଳିଛି ବୋମା ଧମକ। ଜିଲା ଦୌରା ଓ ଜର୍ଜଙ୍କ ଇମେଲକୁ ଏହି ଧମକପୂର୍ଣ୍ଣ ମେଲ୍ ଆସିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ କୋର୍ଟକୁ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ଓ ଏସପି ନାଗରାଜ ଦେବର କୋଣ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି। ପ୍ରକାଶ ଥାଉକି, ଆଜି ଏକାଥରେ ରାଜ୍ୟର ତିନୋଟି କୋର୍ଟକୁ ବୋମା ଧମକ ଆସିଛି। ବରଗଡ଼ ସିଭିଲ କୋର୍ଟକୁ ସୋମବାର ପୁଣି ଇ-ମେଲରେ ବୋମା ଧମକ ଅସିଛି। ଦିନ ୧ଟାରେ ବୋମା ବିସ୍ଫୋରଣ ହେବ ବୋଲି ଧମକ ରହିଛି। ସେହିପରି ପୁରୀ କୋର୍ଟକୁ ପୁଣିଥରେ ବୋମା ଧମକ ମିଳିଛି। ଜନୈକ ସନ୍ଦିଗ୍ଧ ଜିଲା ଦୌରାଜଜଙ୍କୁ ଇମେଲ୍ କରିଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା।