ପାପଡାହାଣ୍ଡି/କ୍ରାନ୍ତିକ୍ଷେତ୍ର (କୈଳାସ ଚନ୍ଦ୍ର ବିଷୋୟୀ) : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟବାଇ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାନ ଦାମାପାଳା ଗ୍ରାମ ପୋଖରୀରେ ବୁଡ଼ି ଦୁଇ ଶିଶୁ ମୃତ ଘଟିଛି। ମୁତ ଶିଶୁ ଦୁଇ ଜଣ ସମ୍ପର୍କୀୟ ଭଉଣୀ। ସୂଚନା ଅନୁଯାୟୀ ଦାମାପାଳା ଗ୍ରାମର ମାନସୀ ହରିଜନ (୮) ପିତା ଦେବରାଜ ହରିଜନ ସହ ନବରଙ୍ଗପୁର ବ୍ଲକ ମନ୍ତ୍ରୀଗୁଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପକନାଗୁଡା ଗ୍ରାମର ମେଲକା ହରିଜନ (୮) ପିତା ମନୁ ହରିଜନ ନିଜ ସମ୍ଫକୀୟ ମାମୁ ଘରେ ରହି ପାଠ ପଡୁଥିଲେ। ଦୁହେଁ ଆଜି ଗ୍ରାମର ବିଦ୍ୟାଳୟ କୁ ପାଠ ପଡିବା କୁ ଯାଇ ଘରକୁ ଫେରିଥିଲେ। ଏହା ପରେ ଦୁଇ ସମ୍ପର୍କୀୟ ଭଉଣୀ ଓ ଜଣେ ସାଙ୍ଗ ସହ ତିନି ଜଣ ମିଶି ବାହାର କୁ ଯାଇଥିଲେ। ତିନି ଜଣ ଗାଁ ପୋଖରୀ ରେ ଗାଧେଇବା ପାଇ ଅଲ୍ଲାହୀ ଥିଲେ। ପୋଖରୀରେ ଗଭୀର ପାଣି ରହିଥିବା ବେଳେ ଅସାବଧାନତା ଯୋଗୁଁ ମାନସୀ ଓ ମେଲକା ଦୁଇ ଜଣ ପୋଖରୀ ପାଣି ର ବୁଡ଼ି ଯାଇଥିଲେ। ଏହା ପରେ ଅନ୍ୟ ଜଣେ ସାଙ୍ଗ ତୁରନ୍ତ ଘରେ ପହଞ୍ଚି ପରିବାର ସଦସ୍ୟ କୁ ଖବର ଦେଇଥିଲା। ପରିବାର ଏହା ଜାଣିବା ପରେ ତୁରନ୍ତ ଅଗ୍ନିଶ୍ରମ ବିଭାଗ ଓ କୋଡ଼ିଙ୍ଗା ପୋଲିସ କୁ ଖବର ଦେବା ସହ ଘଟଣାସ୍ଥଳ ପହଞ୍ଚି ଖୋଜାଖୋଜି କରିଥିଲେ। ଅଗ୍ନିଶ୍ରମ କର୍ମଚାରୀ ଓ ଘଟଣାସ୍ଥଳ ପହଁଚି ପାଣିରେ ଅଲ୍ଲାଇ ଖୋଜାଖୋଜି କରି ଦୁଇ ଶିଶୁ କୁ ଉଦ୍ଧାର କରିଥିଲେ।ଇତି ମଧ୍ୟରେ ଦୁହେଁ ଙ୍କ ପ୍ରାଣବାୟୁ ଚାଲି ଯାଇଥିଲା। ପରିବାର ସଦସ୍ୟ କୋଡ଼ିଙ୍ଗା ଥାନା ରେ ଲିଖିତ ଅଭିଯୋଗ ପରେ କୋଡ଼ିଙ୍ଗା ଥାନା ଦୁଇଟି ମାମଲା ରୁଜୁ କରି ଶବ ଜବତ କରିବା ପରେ ଶବ ବ୍ୟବଛେଦ ପାଇ ନବରଙ୍ଗପୁର ମେଡିକାଲ କୁ ପଠେଇଥିବା ଥାନା ଅଧିକାରୀ ଦୀପକ କୁମାର ଜେନା ସୂଚନା ଦେଇଛନ୍ତି। ଏହି ଘଟଣା ର ତଦନ୍ତ ଏଏସଆଇ ହାମିତନ ମାଝୀ ତଦନ୍ତ ଜାରି ରଖିଛନ୍ତି।
