କେସିଙ୍ଗା/କ୍ରାନ୍ତିକ୍ଷେତ୍ର (ମଧୁସୂଦନ ଠାକୁର) : ଗତ ୭ ତାରିଖରୁ କେସିଙ୍ଗା ବିଦ୍ୟାପୀଠ ଖେଳ ପଡିଆ ଠାରେ ପ୍ରଥମ ଏମପିଏଲ ( ମାରୱାଡ଼ି ପ୍ରେମିୟର ଲିଗ୍) ରାତ୍ରି କ୍ରିକେଟ ଖେଳ କେସିଙ୍ଗା ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଚାଲିଥିବା ଖେଳ ଉଦଯାପିତ ହୋଇ ଯାଇଛି। ଆଇପିଏଲ ସ୍ତରରେ ଅନୁଷ୍ଠିତ ଉକ୍ତ ଦୁଇ ଦିନିଆ ପ୍ରତିଯୋଗିତାରେ ସମୁଦାୟ ୧୨ ଟି ଟିମ ଅଂଶ ଗ୍ରହଣ କରିଥିଲେ। ଏନେଇ ଗତ ଫେବୃଆରୀ ମାସ ୨୩ ତାରିଖ ଦିନ ସ୍ଥାନୀୟ ୟଙ୍ଗ ବ୍ଲଡ଼ ପବ୍ଲିକ ସ୍କୁଲ ପରିସର ରେ ଏକ ଖେଳାଳି ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ କେସିଙ୍ଗା ର ସମୁଦାୟ ୧୨ ଗୋଟି ଟିମ ଓନର ଯୋଗଦେଇ ଥିଲେ। ପ୍ରତ୍ୟେକ ମାଲିକଙ୍କୁ ଆୟୋଜକ ଙ୍କ ପକ୍ଷରୁ ୫୦ ହଜାର ପଏଣ୍ଟ ଖର୍ଚ୍ଚ କରି ଅତି ବେଶୀରେ ୭ ଜଣ ଖେଳାଳି ଙ୍କୁ କିଣିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କ୍ରମରେ ୧୨ ଗୋଟି ଟିମ ସମୁଦାୟ ୮୪ ଜଣ ଖେଳାଳି ଙ୍କୁ କ୍ରୟ କରି ନିଜ ନିଜ ଟିମ ରେ ସାମିଲ କରିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ଉକ୍ତ ପ୍ରତିଯୋଗିତାରେ ଶେଷରେ ଫାଇନାଲ ଖେଳରେ କେସିଙ୍ଗା ଷ୍ଟାଇକର ଟିମ କେସିଙ୍ଗା ଷ୍ଟାର କୁ ହରାଇ ପ୍ରଥମ ଟାଇଟଲ ହାସଲ କରିଥିଲା। ବିଜେତା ଦଳକୁ ଟ୍ରଫି ସହିତ ୧୧ ହଜାର ଟଙ୍କା ଓ ଉପବିଜେତା ଦଳକୁ ଟ୍ରଫି ସହିତ ୭ ହଜାର ଟଙ୍କା ପ୍ରଦାନ କରାଯାଇ ଥିଲା। ଉକ୍ତ ଉଦଯାପାନୀ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ କଳାହାଣ୍ଡି କଂଗ୍ରେସ ଯୁବ ମୋର୍ଚ୍ଚା ସଭାପତି ମହମ୍ମଦ ସାହେବ ଯୋଗଦେଇ ବିଜେତା ଓ ଉପ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମାରୱାଡ଼ି ଯୁବ ମଞ୍ଚ ସଭାପତି ବିକାଶ ଅଗ୍ରୱାଲ , ସମ୍ପାଦକ ନିଖିଲ ଅଗ୍ରୱାଲ, ରୁପେଶ ଜୈନ ,ଅରମାନ ଅଗ୍ରୱାଲ, ଧିରଜ୍ ଅଗ୍ରୱାଲ, ସମାଜସେବୀ ରାମ କୁମାର ଜୈନ, ପ୍ରବୀଣ ଅଗ୍ରୱାଲ, ସେନପାଲ ବର୍ମା ଙ୍କ ସମେତ ମାରୱାଡ଼ି ଯୁବା ମଞ୍ଚ ର ଅନେକ ସଦସ୍ୟ ଓ କେସିଙ୍ଗା ଅଗ୍ରୱାଲ ସଭା ର ଅନେକ କର୍ମକର୍ତ୍ତା ଓ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
