କ.ନୂଆଗାଁ/କ୍ରାନ୍ତିକ୍ଷତ୍ର : କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ମହାସିଙ୍ଗି ପଞ୍ଚାୟତ ସଭାଗୃହ ଠାରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି। ବିଡ଼ିଓ ଶୁଭ୍ରାଞ୍ଜଳି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯୋଗ ଶୁଣାଣିରେ ମୋଟ ୩୪ ଟି ଅଭିଯୋଗ ପଞ୍ଜିକୃତ ହୋଇଥିଲା। ୨୭ ବ୍ୟକ୍ତି ଗତ ଓ ୭ ଟି ସାମୁହିକ ଅଭିଯୋଗ ଶୁଣାଣି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଏ ବିଡିଓ ପ୍ରିୟ ଦର୍ଶନୀ ମଲିକ, ଏଇଇ ଶୁଭମ ମହାପାତ୍ର, ଏପିଓ ତ୍ରିନାଥ ନାୟକ ଜିପି ଡିଓ ସ୍ମୁତି ସାଗର ପ୍ରଧାନ, ବ୍ଲକ ଅଧ୍ୟକ୍ଷା ସୁଲୋଚନା ଦଳବେହେରା, ସରପଞ୍ଚ ରଞ୍ଜିତ ମଲିକ ଉପସ୍ଥିତ ରହିଥିବାବେଳେ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ କେଶଵ ଚନ୍ଦ୍ର କାମ୍ପୋ ପରିଚାଳନା କରିଥିଲେ। ଏଡିଓ, ଗାଁ ସାଥି, ୱାର୍ଡ଼ ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ରହିଥିଲେ।
