କଲମପୁର/କ୍ରାନ୍ତିକ୍ଷେତ୍ର : କଲମପୁର କୋଟା ଗାଁ ମୁଖ୍ୟ ରାସ୍ତାର କୋଟାଗାଁ ମଣ୍ଡି ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଯୋଗୁଁ ଜଣକର ମୃତ୍ୟୁ ହେଇଥିବାବେଳେ ଅନ୍ୟ ଜଣେ ଗୁରୁତର ହେଇଛନ୍ତି। ସୁଚନା ଅନୁସାରେ କୋଟାଗାଁ ରେ ରହୁଥିବା ଘୋଡାବନ୍ଧା ଗ୍ରାମର ଉଦିତ ନାଗ ନାମକ ଯୁବକ କଲମପୁର କୋଟାଗାଁ ରାସ୍ତା ଦେଇ କୋଟାଗାଁ କୁ ଯାଉଥିବାବେଳେ ବିତରିତ ଦିଗରୁ ମଣ୍ଡଳ ଗ୍ରାମକୁ ଫେରୁଥିବା ପିତାମ୍ବର ଶବରଙ୍କ ବାଇକ୍ ସହ ମୁହାଁମୁହିଁ ଧକ୍କା ହେଇଥିଲା। ଏହି ଧକ୍କା ତିବ୍ର ଯୋଗୁଁ ଦୁଇ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟିକି ପଡି ଗୁରୁତର ହେଇଥିଲେ। ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ବେଳକୁ ଉଦିତ ନାଗର ମୃତ୍ୟୁ ହେଇଥିବା ଚିକିତ୍ସା ଦାୟିତ୍ବରେ ଥିବା ଡ଼ାକ୍ତର ସୂଚନା ଦେଇଥିଲେ। ଅନ୍ୟପଟେ ପିତାମ୍ବରର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି। ଘଟଣା ସମ୍ବନ୍ଧରେ ସୂଚନା ପାଇବା ପରେ କଲମପୁର ପୁଲିସ ପକ୍ଷରୁ ଏସ.ଆଇ ଶିବଶଙ୍କର ମହାନ୍ତି ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିଛନ୍ତି। ସନ୍ଧ୍ୟା ହେଇଥିବା ରୁ ଆସନ୍ତା କାଲି ସକାଳେ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯିବ ବୋଲି ସୂଚନା ମିଳିଛି।
