ଗଞ୍ଜେଇ ଜବତ କୁ ବିରୋଧ କିରି ରାସ୍ତା ଅବରୋଧ କଲେ ପଞ୍ଚାୟତ ବାସି

ବାଲିଗୁଡା/କ୍ରାନ୍ତିକ୍ଷେତ୍ର : ପୋଲିସ ଗଞ୍ଜେଇ ଜବତ କରିବାକୁ ଯାଇଥିବାବେଳେ ଗ୍ରାମବାସୀଙ୍କ ଆକ୍ରସର ଶିକାର ହୋଇଥିଲେ। ଗାଁ ଲୋକେ ପୋଲିସ କୁ ବିରୋଧ କରି ଗଛ କାଟି ଘେରିଥିଲେ। ଘଟଣା ର୍ଚଚ୍ଚାର ବିଷୟ ପାଲଟିଛି। ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସଲାଗୁଡା ପଞ୍ଚାୟତର ସରୁକୁଇ ଓ ପୁଇସରୁ ଗ୍ରାମରେ। ଆଜି ଭୋର ସମୟରେ ପୁଲିସ ସଲାଗୁଡା ପଞ୍ଚାୟତର ସରୁକୁଇଓ ପୁଇସରୁ ଗ୍ରାମକୁ ଗଞ୍ଜେଇ ଚଢ଼ଉ କରିବାକୁ ଯାଇଥିଲେ। ତଦନ୍ତ କରିବା ସହ ଗଞ୍ଜେଇ ଜବତ କରିଥିଲେ। ଏହି ସମୟର ପ୍ରଥମେ କିଛି ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। ଧୂରେଧୂରେ ଗ୍ରାମବାସୀ ମେଳି ହୋଇ ରାସ୍ତା ଉପରେ ୫ରୁ ୬ଟି ବଡବଡ ଗଛକାଟି ରାସ୍ତା ଅବରୋଧ କରି ଗଞ୍ଜେଇ ଜବତକୁ ବିରୋଧ କରିଥିଲେ। ପୁଲିସ ଜବତ କରିଥିବା ଗଞ୍ଜେଇ ଗାଡି ଉପରେ ଚଢି ପୁଣି ନେଇଯାଇଥିବା ଦୃଶ୍ୟ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ପୁଲିସକୁ ୩ରୁ ୪ଘଣ୍ଟା ଧରି ଗ୍ରାମବାସୀ ଘେରି ରଖିଥିଲେ। ପୁଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା କରିଥିଲେ। ଗ୍ରାମବାସୀ କହିଥିଲେ ଆମ ଗ୍ରାମରେ ରାସ୍ତା ଓ ନେଟୱର୍କ ଟାୱାର ନାହିଁ। ସରକାରୀ ସୁବିଧା କିଛି ପହଁଚିପାରୁନି। ପ୍ରଥମେ ମୌଳିକ ସୁବିଧା ଆମକୁ ଯୋଗାଇ ଦିଅ ପରେ ଆମ ଗ୍ରାମକୁ ଚଢଉ କରିବାକୁ ଆସିବ। ସରକାରୀ ସୁବିଧା ଆମକୁ ମିଳୁ ନଥିବାରୁ ଆମେ ବାଧ୍ୟ ହୋଇ ଗଞ୍ଜେଇ ଚାଷ ସହ ବ୍ୟବସାୟ କରୁଛୁ। ନହେଲେ ଆମେ ପରିବାର ପ୍ରତିପୋଷଣ କେମିତି କରିବୁ ବୋଲି କହିଥିଲେ। ରାସ୍ତା ଅବରୋଧ ପାଇଁ ପକାଯାଇଥିବା ଗଛକୁ ହଟାଇ ପୁଲିସ ଫେରିଥିଲେ। ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେ କହିଛନ୍ତି ଏହାକୁ ନେଇ ମାମଲା ରୁଜୁ ହୋଇଛି।