ଦୁଇ ବାଇକ ମୁହାଁ ମୁହିଁ ଧକ୍କା ; ୩ ମୃତ୍ୟୁ

ରାୟଗଡା/କ୍ରାନ୍ତିକ୍ଷେତ୍ର : ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଦୁର୍ଗୀ ସିତଲ ଢାବା ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି। ଏଥିରେ ତିନି ଜଣ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକମାନେ ଥେରୁବାଲି ଅଞ୍ଚଳର ହୋଇଥିବାବେଳେ ଗୁରୁତରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବିଷମକଟକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ବିଷମକଟକ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ରାମନାଗୁଡା ବ୍ଲକ ଶୁଣ୍ଡିଧାମୁନି ପଂଚାୟତର ଆକାଶ ମଣ୍ଡାଙ୍ଗୀ ଥେରୁବାଲି ବୁରୁଜୁଗୁଡା ଗାଁର ବିରିସିଙ୍ଗ ହିକକା ବୋଲି ଜଣାପଡ଼ିଛି। ୩ ମୃତ ଜଣେ ଘଟଣା ସ୍ଥଳରେ ଜଣେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଉ ଜଣେ ରାୟଗଡା ଜ଼ିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରରେ ବୋଲି ସୂଚନା ମିଳିଛି।