କୋକସରା/କ୍ରାନ୍ତିକ୍ଷେତ୍ର : ଲୋକଙ୍କୁ କୌଣସି ନୋଟିସ୍ ଜାରି ନକରି ମନଇଚ୍ଛା ବିଦ୍ୟୁତ୍ ବିଚ୍ଛିନ୍ନ ଛନ୍ତିଛନ୍ତି ଟିପିଡବ୍ଲୁଓଡିଏଲର ଜେଇ ଓ କର୍ମଚାରୀ। ବିଦ୍ୟୁତ୍ ଉପଭୋକ୍ତା ମାନେ ଏନେଇ ପ୍ରଶ୍ନ ପରାରିଲେ ଅବାନ୍ତର ଚୁକ୍ତି ବାଢୁଛନ୍ତି ଏବଂ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି। କୋକସରା ବିଦ୍ୟୁତ୍ ଗ୍ରୀଡର ଜେଇ ନିଜକୁ ସର୍ବେସର୍ବା ଭାବୁଥିବାବେଳେ ନିଜର ମନମାନି ଚଲାଇ ଆସୁଛନ୍ତି। ଏମିତି କି ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଦୁର୍ବ୍ୟବହାର କରିବା ସହ ଆମର କେହି କିଛି କରି ପାରିବେ ନାହିଁ ବୋଲି ମଧ୍ୟ କହୁଛନ୍ତି। ଯଦି କୌଣସି ବିଦ୍ୟୁତ୍ ଉପଭୋକ୍ତା ବିନା ନୋଟିସରେ ବିଦ୍ୟୁତ୍ ବିଚ୍ଛିନ୍ନ କାହିଁକି କରୁଛନ୍ତି ବୋଲି ପଚାରିଲେ ଆମ ଇଚ୍ଛା ଆମେ ଯାହା କରିବୁ ତେମେମାନେ କିଏ ବୋଲି ମଧ୍ୟ କହୁଥିବା ଅନେକ ଉପଭୋକ୍ତା ଗଣମାଧ୍ୟମ ଆଗରେ ବଖାଣିଛନ୍ତି। ଏଣେ ପୂର୍ବରୁ ଉଇସ୍କୋ ସମୟରେ ଥିବା ଏରୀୟର (ବକେୟା) ମଧ୍ୟ ଟିପିଡବ୍ଳୁଓଡିଲର କର୍ମଚାରୀ ମାନେ ଯୋର ଜବରଦସ୍ତି ଆଦାୟ କରୁଛନ୍ତି। ବର୍ତ୍ତମାନ ଗ୍ରୀଷ୍ମ ସମୟ ଆରମ୍ଭ ହୋଇଥିଲା ବେଳେ ବିଦ୍ୟୁତ୍ ବିଭାଗର ଜେଇ ଓ କର୍ମଚାରୀ ମାନେ ନିଜର ମନମାନି ଚଲାଇ ଆସୁଛନ୍ତି। ମାସେ କି ଦୁଇ ମାସୟ ବକେୟା ଥିବା ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ମଧ୍ୟ ବାରମ୍ବାର ବିଦ୍ୟୁତ ବିଲ୍ ପୈଠ କରିବା ପାଇଁ ତାଗିଦ ଉପରେ ତାଗିଦ୍ କରିବା ସହ ଲାଇନ କାଟିବା ନେଇ ଧମକ ଚମକ କରିଆସୁଥିବା ଅଭିଯୋଗ ହୋଉଛି। ବିଦ୍ୟୁତ୍ ଉପଭୋକ୍ତା ମାନେ କିଛି ପରିମାଣରେ ବିଲ ପୈଠ କରିବା ପାଇଁ ସେମାନଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ଧ୍ୟାନ ନଦେଇ ଦବଙ୍ଗ ଗିରି ଚଲାଇ ଆସୁଛନ୍ତି। ଏମିତି ବିଦ୍ୟୁତ ବିଲ୍ ସଂଗ୍ରହ କିମ୍ବା ବିଲ୍ ପ୍ରଦାନ ସମୟରେ ଲୋକଙ୍କ ଘରକୁ ଯୋରଜବରଦସ୍ତ ପିସି ଯାଉଛନ୍ତି। ସେମାନଙ୍କ ପାଖରେ କୌଣସି ପରିଚୟପତ୍ର ମଧ୍ୟ ରହୁ ନାହିଁ। ଘରେ କେହି ନ ଥିବା ସମୟରେ ମହିଳା ମାନଙ୍କୁ ଡରାଇ ଧମକାଇ ବିଲ୍ ଆଦାୟ କରୁଥିବା ଏକାଧିକ ଅଭିଯୋଗ ହୋଇଛି। ନିୟମ ମୁତାବକ କୌଣସି ବିଦ୍ୟୁତ୍ ଉପଭୋକ୍ତା ନିୟମିତ ବିଲ୍ ପୈଠ ନକଲେ ସେମାନଙ୍କୁ ବିଭାଗ ପକ୍ଷରୁ ନୋଟିସ୍ ଜାରି କରି ବିଦ୍ୟୁତ ବିଚ୍ଛିନ୍ନ କରିବା କଥା। ହେଲେ ଉପଭୋଗ ମାନଙ୍କୁ କୌଣସି ନୋଟିସ୍ ଜାରି ନକରି ମନ ଇଚ୍ଛା ଲାଇନ୍ କାଟୁଛନ୍ତି। ଏଣେ ବ୍ୟାବସାୟିକ ସଂସ୍ଥା ମାନଙ୍କ ସହିତ ହାତ ମିଳାଇ ବିଦ୍ୟୁତ ବିଭାଗର କର୍ମଚାରୀ ମାନେ ମନଇଚ୍ଛା ଲାଇନ୍ କଟି ଚାଳୁଥିବା ଅନେକ ନିଜିର ରହିଛି। ସଧାରଣ ଉପଭୋଗ ଏନେଇ ପ୍ରଶ୍ନ ପରାରିଲେ ଟିପିଡ୍ବୁଓଡିଏଲର କର୍ମଚାରୀ ମାନେ ଦବଙ୍ଗ ଗିରି ଚଲାଇ ଆସୁଥିବା ବିଭିନ୍ନ ସ୍ଥାନରେ ଆଲୋଚନା ହେଉଛି। ଏନେଇ ଦାୟିତ୍ୱରେ ଥିବା ଜେଇ ଓ ଏସଡିଓଙ୍କ ପ୍ରତିକ୍ରିୟା ନେବାରୁ କୌଣସି ସନ୍ତୋଷଜନକ ଉତ୍ତର ନଦେଇ ଫୋନ୍ କାଟି ଦେଇଥିଲେ।
