କଲମପୁର/କାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ କରଚଲା ଖେଳ ପଡିଆଠାରେ ରାମକୃଷ୍ଣ ମେମୋରିଆଲ ପକ୍ଷରୁ ଆୟୋଜିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଦିବସରେ ଶେଷଦେବ ପଣ୍ଡା ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ଭାବରେ ସ୍ଵାମୀ ଚିତାନନ୍ଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଭାରତ ଭୂଷଣ ମୁଣ୍ଡ , ସାମ୍ବାଦିକ ଗଣେଶରାମ ବାଗ, ମଣ୍ଡଳ ଗ୍ରାମ ପଞ୍ଚାୟତର ଯୋଗାଣ ସହାୟକ ଅନଙ୍ଗସେନ ବାଗ, ସମାଜ ସେବୀ ଗଣେଶ ନାଗ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ। ଏହି ଟୁର୍ଣାମେଣ୍ଟରେ ୧୬ଟି ଦଳ ଭାଗ ନେଇଥିଲେ। ଫାଇନାଲ ଖେଲଟି ମୁଖିଗୁଡା ଏବଂ ତରାପୁର ସର୍ଗିଗୁଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମୂଖିଗୁଡା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତି ନେଇଁ ୧୫ଓଭର ବିନିମୟରେ ୧୩୭ ରନ କରିଥିଲେ , ତାର ଜବାବରେ ତରାପୁର ସର୍ଗିଗୁଡ଼ା ଦଳ ସମସ୍ତ ୱିକେଟ ହରାଇ ୧୧୬ ରନ କରି ପରାସ୍ତ ହେବାରୁ ମୁଖିଗୁଡ଼ା ଦଳ ଚମ୍ପିୟାନ ହୋଇଥିଲେ। ବିଜେତା ମୁଖିଗୁଡା ଦଳକୁ ଟ୍ରଫି ସହ ନଗଦ ୩୧ହଜାର ଟଙ୍କା ଏବଂ ରନର୍ସ ଅଫ ତରାପୁର ସର୍ଗିଗୁଡା ଦଳକୁ ଟ୍ରଫି ସହିତ ନଗଦ ୨୧ହଜାର ଟଙ୍କା ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଫାଇନାଲ ଖେଳକୁ ତନ୍ମୟ ନିଆଁଳ ଓ ଦେବରାଜ ବାଗ ପରିଚାଳନା କରିଥିବା ବେଳେ ଧିରଜ ଶଗଡ଼ିଆ ସ୍କୋର ବୋର୍ଡ ଦାୟିତ୍ଵ ନିର୍ବାହ କରିଥିଲେ। ଅର୍ଜୁନ ଶଗଡ଼ିଆ, ସାନୁର୍ଯ୍ୟ ନାୟକ, ନିର୍ମାଲ୍ୟ ନିଆଁଲ ଧାରାବିବରଣି ପ୍ରଦାନ କରିଥିବା ବେଳେ ତୁଳସିରାମ ନିଆଁଲ, ଦୀପକ ନିଆଁଲ, ଶିବଶଙ୍କର ନିଆଁଲ, କୈଳାସ ନାଗ, ନିଳୁ, ଗୋପାଳ ପ୍ରମୁଖ ଖେଳରେ ସହଯୋଗ କରିଥିଲେ।
