ବେଆଇନ ମଦ ଚାଲାଣ, ଅବକାରୀ ବିଭାଗ ହାତରେ ଧରାପଡିଲେ ଯୁବକ

ଜୟପାଟଣା/କ୍ରାନ୍ତିକ୍ଷେତ୍ର (ଚିତ୍ରସେନ ବାଗ) : ବାଇକ୍ ଯୋଗେ ବେଆଇନ ଭାବେ ଦେଶୀ ମଦ ଚାଲାଣ କରୁଥିବା ସମୟରେ ଜଣେ ବ୍ୟକ୍ତିଙ୍କୁ ଅବକାରୀ ବିଭାଗ କାବୁ କରିଛି। ଯୁବକ ଜଣକ କଲମପୁର ଥାନା ଅନ୍ତର୍ଗତ ପରୁଆଗୁଡା ଗାଁ ର ଯୁଧିଷ୍ଠିର ରଣା ବୋଲି ସୂଚନା ମିଳିଛି। ସମ୍ପୃକ୍ତ ଯୁବକ ଏକ ନୁମ୍ବର ବିହୀନ  ବାଇକ୍ ଯୋଗେ ପ୍ରାୟ ୩୦ ଲିଟର ଦେଶୀ ମଦ ଧରି ଯାଉଥିଲେ।କୌଣସି ସୂତ୍ରରୁ ଖବର ପାଇ ବାନେର ଗାଁ ନିକଟରେ ଜୟପାଟଣା ଅବକାରୀ ଅଧିକାରୀ ସୁରେଶ ଚନ୍ଦ୍ର ଭୋଇ ଏବଂ ତାଙ୍କ ଷ୍ଟାପ ଚଢ଼ାଉ କରି ତାଙ୍କୁ ମାଡ଼ି ବସିଥିଲେ। ଅବକାରୀ ବିଭାଗ ପକ୍ଷରୁ ମଦ ସହିତ ବ୍ୟବହୃତ ବାଇକଟିକୁ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ଯୁଧିଷ୍ଠିରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।