କଲମପୁର/କ୍ରାନ୍ତିକ୍ଷେତ୍ର (ଗଣେଶରାମ ବାଗ) : କଲମପୁର ଓ ମୀନଗୁର ଠାରେ ସୁନ୍ନି ମୁସଲିମ ଜମାତ୍ ସମ୍ପ୍ରଦାୟର ଇଦ – ଉଲ୍- ଫିତ୍ର ପର୍ବ ପାଳିତ ହୋଇଯାଇଛି। ସୁନ୍ନି ମୁସଲିମ ଜମାତ ସଭାପତି ମହମ୍ମଦ ଅମିରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇଦ୍-ଉଲ- ଫିତର ପର୍ବ କଲମପୁର ଏବଂ ମୀନଗୁର ଗ୍ରାମରେ ବସବାସ କରୁଥିବା ମୁସଲିମ ସମ୍ପ୍ରଦାୟର ଲୋକେ ମାସ କାଳ ନିର୍ଜଳା ଉପବାସ ରହି ଚଳିତ ତୃତୀୟ ସପ୍ତାହର ଶୁକ୍ରବାର ଅପରାହ୍ନରେ ଚନ୍ଦ୍ର ଦର୍ଶନ କରିଥିଲେ। ଆଜି ସକାଳ ସମୟରେ ସମ୍ପ୍ରଦାୟର ଅନେକ ମୁସଲିମ ପରିବାର ଇଦ୍ଗା ପଡ଼ିଆରେ ଏକତ୍ରିତ ହୋଇ ନମାଜ ପାଠ କଳା ପରେ ନିଜ ଭିତରେ ଭାଇଚାରା ସମ୍ପର୍କ ଓ ଶାନ୍ତି ସମୃଦ୍ଧି ନିମନ୍ତେ ପ୍ରାର୍ଥନା କରିଥିଲେ। ଏବଂ ପରସ୍ପରକୁ ଆଲିଙ୍ଗନକରି ଇଦ୍ ମୁବାରକ ଜଣାଇଥିଲେ। ସୁନ୍ନି ମୁସଲିମ ଜମାତ୍ ସଭାପତି ମହମ୍ମଦ ଅମିର, ମସଜିତ୍ ଖାଁ, ହାସେନ ଅଲ୍ଲୀ, ଲାଲ ଖାଁ, ରଜାକ ଖାଁ, ସବିର ମହମ୍ମଦ, ସରିଫ ଖାଁ, ଆଫଜଲ ଖାଁ, ଇସାକ୍ ଖାଁ, ସମୀର ଅଲ୍ଲୀ, ସବିର୍ ଅଲ୍ଲୀ, ମନଟୁ ଖାଁ, ଅମିର ଅଲ୍ଲୀ, ହନିଫ ଖାଁ, ସବିର ଅଲ୍ଲୀ, ଅସଗର ଅଲ୍ଲୀ ତଥା ଅନେକ ମୁସଲମାନ ଭାଇ ମାନେ ଏକତ୍ରିତ ହୋଇ ଇଦ୍ – ଉଲ୍ – ଫିତର ପର୍ବ ପାଳନ କରିଥିଲେ।
