୨ ଦିନ ହେଲା ବିବାହିତା ମହିଳା ନିଖୋଜ

କଲ୍ୟାଣସିଂହପୁର/କ୍ରାନ୍ତିକ୍ଷେତ୍ର : (ପ୍ରଶାନ୍ତ ସେନାପତି) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଜଣେ ବିବାହିତା ଯୁବତୀ ଦୁଇ ଦିନ ହେଲା ନିଖୋଜ ଥିବା ଜଣା ପଡ଼ିଛି। ସୂଚନା ମୁତାବକ କରପା ପଞ୍ଚାୟତ ବିଜୟନଗର ଗ୍ରାମର ବିଜୟ ମୁଗଲି ଯୁବକ କୁ ପ୍ରାୟ୧୬ ବର୍ଷ ତଳେ ବିଭାହ କରିଥିଲେ। ଜ୍ୟୋତି ମୁଗଲି ବୟସ ୩୬ ନିଜ ବାପା ଘର ଗାଁ ଜଗନ୍ନାଥ ପୁର କିଛି ଦିନ ହେଲା ଆସି ରହୁଥିଲେ। ଜ୍ୟୋତିଙ୍କ ମୁଣ୍ଡ ଟିକେ ପାଗଲାମୀ ରହିଥିବା ବେଳେ ସେ ଘରୁ ରାତି ପ୍ରାୟ ୧୧ଟା ସମୟରେ ୧୯/୦୩/୨୬ ଗୁରୁବାର ଦିନ କୁଆଡେ ଚାଲି ଯାଇଥିବା ଘର ଲୋକେ ଦେଖି ପାଖ ଆଖ ଗାଁରେ ବହୁ ଖଜା ଖୋଜି କରିବା ପରେ ପାଇ ନ ଥିଲେ। ଏହା ପରେ ଆଜି ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜ୍ୟୋତି ଘରୁ ରାତିରେ ଯିବା ସମୟରେ ଧଳା ରଙ୍ଗର ଟୋପ, ଗୋଲାପି ରଙ୍ଗର ପେଣ୍ଟ ସହ ଓଢଣୀ ହଳଦିଆ ରଙ୍ଗର ଛୁଡିଦାର ଡ୍ରେସ ପିନ୍ଧି ଥିବା ପରିବାର ଲୋକେ କହିଛନ୍ତି। ଯଦି କୌଣସି ବ୍ୟକ୍ତି କୋଉଟି ଦେଖିବେ ତ’ ସ୍ଥାନୀୟ ଥାନାରେ ଯୋଗାଯାଗ କରିବା ପାଇଁ ସ୍ୱାମୀ ବିଜୟ ମୁଗୁଳି, ଦାଦା ବିଶ୍ୱନାଥ ଝାଲିଆ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *