କୋକସରା/କ୍ରାନ୍ତିକ୍ଷେତ୍ର : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବୋବରିଆ ସ୍ଥିତି ଜେକେ ଫୁଡ୍ ରାଇସ୍ ମିଲରେ ସୋମବାର ଭୟାବୟ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ଦିର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ, ଜେକେ ଫୁଡ୍ ରାଇସ ମିଲରେ କୌଣସି ପ୍ରକାରରେ ନିଆଁ ଲାଗି ଯାଇଥିଲା। ତେବେ ନିଆଁ ଲାଗିବା ଫଳରେ ମିଲ ଭିତରେ ଥିବା ଅଖା ବସ୍ତା ଜଲିବାରେ ଲାଗିଥିଲା। ଏହାପରେ ତୁରନ୍ତ କୋକସରା ଅଗ୍ନିଶମ ବିଭାଗ କୁ ଖବର ଦିଆଯାଇଥିଲା। ଅଗ୍ନିଶମ ବିଭାଗର ହାବିଲଦାର ସୁନିଲ ରଞ୍ଜନ ବରଲାଙ୍କ ନେତୃତ୍ୱରେ କର୍ମଚାରୀ ରାଧେଶ୍ୟାମ ପ୍ରଧାନୀ, ଲଲିତ ପୁଟେଲ, ଉମାଶଙ୍କର ନାଏକ, ଦେବାଶିଷ ମହାପାତ୍ର, ହେମନ୍ତ ନାଏକ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଦିର୍ଘ ୩ ଘଣ୍ଟା ପାଖାପାଖି ଆକ୍ରାନ୍ତ ପରିଶ୍ରମ ପରେ ନିଆଁ କୁ ଆୟତ୍ତ କରିବାରେ ସଫଳ ହୋଇଥିଲେ। ତେବେ ନିଆଁ ଲାଗିବା ଫଳରେ ପ୍ରାୟ ୫୦ ହଜାର ରୁ ଉର୍ଦ୍ଧ ଅଖା ବସ୍ତା ନଷ୍ଟ ହୋଇଥିବା ବେଳେ ମିଲରେ ମକା ରଖା ଯାଇଥିବା ସ୍ଥାନରେ ନିଆଁ ଲାଗିବା ଆଗରୁ ଆୟତ୍ତ କରିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଧାନ ମିଲରେ ଏତେ ପରିମାଣରେ ମକା ଗଚ୍ଛିତ ରଖାଯାଇଛି, ତାହା ତଦନ୍ତ ସାପେକ୍ଷ।
