କୋକସରା/କ୍ରାନ୍ତିକ୍ଷେତ୍ର : ଆଜି ଭକ୍ତିମୟ ପରିବେଶ ମଧ୍ୟରେ କୋକସରା ବ୍ଲକ ଡହଗାଁଠାର ଭାଗବତ ଟୁଙ୍ଗି ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଛି। କର୍ତ୍ତା ଭାବରେ ଅର୍ଜୁନ ପୁଝାରୀ ଓ ତାଙ୍କ ସହଧର୍ମିଣୀ ରମେ ପୁଝାରୀ ଦାୟିତ୍ୱ ନିର୍ବାହ କରିଥିବାବେଳେ ଜ୍ୟୋତିର୍ବିଦ ଭୂପେଶ ତିୱାରୀ ତଥା ଗାଁର ଭକ୍ତଜନ ଓ ସ୍ଥାନୀୟ ବାସିନ୍ଦାମାନେ ବିଶେଷ ଉତ୍ସାହ ସହ ଯୋଗ ଦେଇଥିଲେ। ମଙ୍ଗଳ ଧ୍ୱନି, ପୂଜାର୍ଚ୍ଚନା ଓ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ଭାଗବତ ଟୁଙ୍ଗିର ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି କ୍ରମରେ ନାମ ସଂକୀର୍ତ୍ତନ, ଭଜନ କୀର୍ତ୍ତନ ଓ ଧାର୍ମିକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭାଗବତ ଟୁଙ୍ଗିର ସଭାପତି ବଳରାମ ପୁଝାରୀ, ଉପସଭାପତି ଜବର ପୁଝାରୀ, ବ୍ରଜମୋହନ ନାଏକ ସମେତ ଗାଁର ବୃଦ୍ଧ ଓ ଯୁବ ସମସ୍ତେ ଏକତ୍ର ହୋଇ ଏହି ଧାର୍ମିକ ଅନୁଷ୍ଠାନକୁ ସଫଳ କରିଥିଲେ। ଏହି ପ୍ରତିଷ୍ଠା ଉତ୍ସବ ଗାଁରେ ଧାର୍ମିକ ଓ ସାମାଜିକ ସମ୍ମିଳନକୁ ଆହୁରି ସୁଦୃଢ କରିବ ବୋଲି ମତ ପ୍ରକାଶ ପାଇଛି।
