ମ,ରାମପୁର/କ୍ରାନ୍ତିକ୍ଷେତ୍ର(ଉଦ୍ଧବ ପଣ୍ଡା) : କଳାହାଣ୍ଡି ଜିଲ୍ଲା ମ,ରାମପୁର ଅଞ୍ଚଳରେ ଦୀର୍ଘ ଏକ ଶହ ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି କାମନା ଦଣ୍ଡ ସଂସ୍କୃତିର ଉପାସନା ହେଇ ଆସୁଛି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି କାମନା ଦଣ୍ଡ ଅପ୍ରେଲ ଏକ ତାରିଖରୁ ତେର ଦିନଧରି ଏହି ଯାତ୍ରା ଅନୁଷ୍ଠିତ ହେବ। ଏହି କ୍ରମ ରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ଅପ୍ରେଲ ୧୧ ତାରିଖ ରେ ମ,ରାମପୁର ଅଞ୍ଚଳ ରେ ହେଉଥିବା ନଅ ଗୋଟି ଦଣ୍ଡ ପୀଠ କୁ ନେଇ ନଅ ଶମ୍ଭୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ଗ୍ରାମ ପଞ୍ଚାୟତ ସଭା ଗୃହରେ ଆୟୋଜକ ଅନୁଷ୍ଠାନ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଅନୁଷ୍ଠିତ ହୋଇ ଯାଇଛି। ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ ସହ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ। ଶମ୍ଭୁ ମିଳନ କୁ ସୁଚାରୁ ରୁପେ ସଂପାଦନ କରିବା ପାଇଁ ବିଭିନ୍ନ ଦାୟିତ୍ଵ ଅର୍ପଣ କରାଯାଇଥିଲା। ଆଲୋଚନାରେ ମ, ରାମପୁର ରାଜା ତଥା ମ ରାମପୁର ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ବରିଷ୍ଠ ସମାଜ ସେବୀ ତଥା ଆଇନଜୀବୀ ଗଙ୍ଗାଧର ମାହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରଜନୀକାନ୍ତ ମହାଖୁଡ, ଉପଦେଷ୍ଟା ତଥା କଳାହାଣ୍ଡି ସାଂସଦ ପ୍ରତିନିଧି ପଦ୍ମ ଲୋଚନ ମିଶ୍ର, ଦଣ୍ଡ ଗୁରୁ ବନମାଳୀ ଦଣ୍ଡସେନା, କୃଷ୍ଣ ଚନ୍ଦ୍ର ସାହୁ, ଲଳିତ କୁମାର ସ୍ବାଇଁ, ସାମ୍ବାଦିକ ପ୍ରଶାନ୍ତ ସାମନ୍ତରା, ନର୍ଲା ନିର୍ବାଚନ ମଣ୍ଡଳୀ ବିଧାୟୀକା ପ୍ରତିନିଧି ତଥା ବିଜେଡି ବ୍ଲକ ସଭାପତି ସତ୍ୟ ନାରାୟଣ ସାହୁ, ଶିବ ପ୍ରସାଦ ପଟ୍ଟନାୟକ, ସାମ୍ବାଦିକ ଉଦ୍ଧବ ପଣ୍ଡା, ପ୍ରତାପ ମହାଖୁଡ, ମନୋଜ ଦୀପ, କୁଳମଣି ହେର୍ଣ୍ଣା, ନରେନ୍ଦ୍ର ମହାଖୁଡଙ୍କ ସମେତ ବିଭିନ୍ନ ଦଣ୍ଡ ଦଳ ଓ ପରିଷଦ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଚଳିତ ବର୍ଷ ନ ଗୋଟି ଶମ୍ଭୁ ମିଳନ ପାଇଁ ଅଞ୍ଚଳ ବାସୀ ଉତ୍ସାହିତ ଥିବା ବେଳେ ଏହି ଶମ୍ଭୁ ମିଳନ କୁ ଧୁମ୍ ଧାମ୍ ରେ ପାଳନ କରିବା ନେଇ ମତ ପ୍ରକାଶ ପାଇଥିଲା।
